Naalia Otha Bala

କାଳିଆ
କାଳିଆ

ନାଲିଆ ଓଠ ବାଲା, ନାଁ କିଏ ସେ ଦେଲା?
ଚକାଡୋଳା, ଚକାଡୋଳା, ଚକାଡୋଳା
ଗାଈ ଗୋଠୁଆ ପିଲା, ନାଁ କିଏ ସେ ଦେଲା?
ଚକାଡୋଳା, ଚକାଡୋଳା, ଚକାଡୋଳା

ହର୍ତା କର୍ତ୍ତା ଦୈବଶକ୍ତି ତୁ
ଜନ୍ମ ମରଣ ର ମୁକ୍ତି ତୁ
ବ୍ରାହ୍ମଣର ମନ୍ତ୍ରପଂକ୍ତି ତୁ
ଦେବଦାସୀର ଭକ୍ତି ତୁ

ଯେତେ-ଯେତେ ଚକାଡୋଳା ମନ୍ତର ମୋତେ କଲା
ମୋତେ ମନ୍ତର କଲା, ମୋତେ ମନ୍ତର କଲା

ନାଲିଆ ଓଠ ବାଲା, ନାଁ କିଏ ସେ ଦେଲା?

ସେଇ ଯମୁନାର କୂଳ ସେଇ କଦମ୍ବର ମୂଳ
ତୁମେ ଭୁଲିଗଲ କି?
ଏଇ ମହୋଦଧି ଆଉ ଏଇ କଳ୍ପବଟ ମୂଳ
ତୋତେ ବାଇ କଲା କି?

ଏଇ ମହୋଦଧି ଆଉ କଳ୍ପବଟ, ସତରେ ତୋତେ ବାଇ କଲା କି?
ପ୍ରଭୁ ତୁମେ କାହ୍ନା ହେଲେ ମୁଁ ଗୋପୀଟେ
ତୁମେ ପତିତପାବନ ହେଲେ ମୁଁ ପାପୀଟେ

ଭୋଲା ରେ ଭୋଲା, ହେ ଭୋଲା, ହେ ଭୋଲା, ବିଚିତ୍ର ତୋ ଲୀଳା ରେ, ଚକାଡୋଳା

ନାଲିଆ ଓଠ ବାଲା ହାଏ ହାଏ, ହାଏ-ହାଏ-ହାଏ, ତୋତେ କିଏ ଡାକିଲା?

ହୋଏ, ହେ ପ୍ରଭୁ ବିଦ୍ୟାପତି ବଡ଼ ଜ୍ଞାନୀ, ବୁଦ୍ଧି ଆଉ ପାଇଲାନି, ଛଳ କରିଲା
ସରଳ ଶବର ଝିଅ ଲଳିତାର ସଙ୍ଗେ ପ୍ରେମ ନାଟକ କଲା
ଶବର ଝିଅ ଲଳିତା ର ସଙ୍ଗେ ପ୍ରେମ ନାଟକ କଲା
ପ୍ରଭୁ ଯୁଗେ-ଯୁଗେ ତୋ ଭଜନ ଗାଇବି
ତୁମେ ଭଗବାନ ହେବ ମୁଁ ନର ହେବି

ଭୋଲା ରେ ଭୋଲା, ହେ ଭୋଲା, ହେ ଭୋଲା ବିଚିତ୍ର ତୋର ଲୀଳା ରେ, ଚକାଡୋଳା

ହେ, ନାଲିଆ ଓଠ ବାଲା, ତତେ କିଏ ଡାକିଲା?

ହେ ପ୍ରଭୁ ନିମାଇଁ ହରିଚନ୍ଦନ, ଭଜନ ଶୁଣୁ ରେ ମୋର ଜଗାକାଳିଆ
ହେ ପ୍ରଭୁ ଗୀତଗୋବିନ୍ଦ ଶୁଣିଲେ ଅଳସ ଭାଙ୍ଗେ ରେ ତୋର ଭାବ ଭଳିଆ
ହେ ପ୍ରଭୁ ଗୀତଗୋବିନ୍ଦ ଶୁଣିଲେ ଅଳସ ଭାଙ୍ଗେ ରେ ତୋର ଭାବ ଭଳିଆ

ପ୍ରଭୁ ଭକତିରେ ବନ୍ଧାହେଉ ତୁହି ରେ
ତୋ ପରି ଦିଅଁ ଜଗତରେ କାହିଁ ରେ?

ଭୋଲା ରେ ଭୋଲା, ହେ ଭୋଲା, ହେ ଭୋଲା ବିଚିତ୍ର ତୋ ଲୀଳା ରେ, ଚକାଡୋଳା

ନାଲିଆ ଓଠ ବାଲା, ହାଏ ହାଏ, ହାଏ-ହାଏ-ହାଏ, ତୋତେ କିଏ ଡାକିଲା?

ହର୍ତା କର୍ତ୍ତା ଦୈବଶକ୍ତି ତୁ
ଜନ୍ମ ମରଣର ମୁକ୍ତି ତୁ
ବ୍ରାହ୍ମଣର ମନ୍ତ୍ରପଂକ୍ତି ତୁ
ଦେବଦାସୀର ଭକ୍ତି ତୁ

ଯେତେ-ଯେତେ ଚକାଡୋଳା ମନ୍ତର ମୋତେ କଲା
ମୋତେ ମନ୍ତର କଲା, ମୋତେ ମନ୍ତର କଲା

ଚକାଡୋଳା, ଚକାଡୋଳା, ଚକାଡୋଳା. ଚକାଡୋଳା, ଚକାଡୋଳା, ଚକାଡୋଳା, ଚକାଡୋଳା
ଚକାଡୋଳା, ଚକାଡୋଳା, ଚକାଡୋଳା, ଚକାଡୋଳା, ଚକାଡୋଳା, ଚକାଡୋଳା, ଚକାଡୋଳା
ଚକାଡୋଳା, ଚକାଡୋଳା, ଚକାଡୋଳା, ଚକାଡୋଳା, ଚକାଡୋଳା, ଚକାଡୋଳା, ଚକାଡୋଳା



Credits
Writer(s): Harshad Shinde, Narendra Kumar
Lyrics powered by www.musixmatch.com

Link