Mate Ta Jibaku Achhi

ମୋତେ ତ ଯିବାକୁ ଅଛି ନଈ ସେପାରି
ନଈ ସେପାରି, ବେଳ ଯାଉଛି ଗଡ଼ି
ମୋତେ ତ ଯିବାକୁ ଅଛି ନଈ ସେପାରି
ନଈ ସେପାରି, ବେଳ ଯାଉଛି ଗଡ଼ି

ଆରେ କାଳିଆ ନାଉରିଆ
କରିଦେ ପାରି, କରିଦେ ପାରି
ବେଳ ଯାଉଛି ଗଡ଼ି

ମୋତେ ତ ଯିବାକୁ ଅଛି ନଈ ସେପାରି
ନଈ ସେପାରି, ବେଳ ଯାଉଛି ଗଡ଼ି

ଯେବେଠୁ କାଳିଆ ବସିଲି ତୋହର ନାଆରେ ହବାକୁ ପାରି
ଭରସା ନଥିଲା ତୋ ବାହୁରେ ମୋର ଡରୁଥିଲି ଯିବି ବୁଡି

ତୋ ବାହୁବଳକୁ ଜାଣିଲା ବେଳକୁ
ତୋ ବାହୁବଳକୁ ଜାଣିଲା ବେଳକୁ
ବାଟ ମୋ ଗଲାଣି ସରି

କରିଦେ ପାରି, ବେଳ ଯାଉଛି ଗଡ଼ି

ମୋତେ ତ ଯିବାକୁ ଅଛି ନଈ ସେପାରି
ନଈ ସେପାରି, ବେଳ ଯାଉଛି ଗଡ଼ି

ଶୁଣିଛି ସେପାରି ଘରଟି ତୋହରି
ତା ନାମ ବୈକୁଣ୍ଠ ପୁରୀ
ଫୁଟେ ପାରିଜାତ, ଝରଇ ଅମୃତ
ପରମ ଆନନ୍ଦ ପରି

ମାଗୁଛି କାଳିଆ ପାଶେ ତୋ ନେଇଯା
ମାଗୁଛି କାଳିଆ ପାଶେ ତୋ ନେଇଯା
ରହିବି ତୋ ସେବା କରି

କରିଦେ ପାରି, ବେଳ ଯାଉଛି ଗଡ଼ି

ମୋତେ ତ ଯିବାକୁ ଅଛି ନଈ ସେପାରି
ନଈ ସେପାରି, ବେଳ ଯାଉଛି ଗଡ଼ି

ଆରେ କାଳିଆ ନାଉରିଆ
କରିଦେ ପାରି, କରିଦେ ପାରି
ବେଳ ଯାଉଛି ଗଡ଼ି

ମୋତେ ତ ଯିବାକୁ ଅଛି ନଈ ସେପାରି
ନଈ ସେପାରି, ବେଳ ଯାଉଛି ଗଡ଼ି
ନଈ ସେପାରି, ବେଳ ଯାଉଛି ଗଡ଼ି
ନଈ ସେପାରି, ବେଳ ଯାଉଛି ଗଡ଼ି



Credits
Writer(s): Prafulla Kar
Lyrics powered by www.musixmatch.com

Link