Ae Paakhe Bhai Se Paakhe Bhai

ଏ ପାଖେ ଭାଇ, ସେ ପାଖେ ଭାଇ
ଏ ପାଖେ ଭାଇ, ସେ ପାଖେ ଭାଇ
ମଝିରେ ସୁନା ମୁହିଁ
ମଝିରେ ସୁନା ମୁହିଁ

ଏ ପାଖେ ହଳିଆ, ସେ ପାଖେ କାଳିଆ
ଏ ପାଖେ ହଳିଆ, ସେ ପାଖେ କାଳିଆ

ମଝିରେ ସୁଭଦ୍ରା ଭଉଣୀ

ଅଲି-ଅଳି ଚାନ୍ଦ ମୁହିଁ, ଅଲି-ଅଳି ଚାନ୍ଦ ମୁହିଁ
ଅଲି-ଅଳି ଚାନ୍ଦ ମୁହିଁ, ଅଲି-ଅଳି ଚାନ୍ଦ ମୁହିଁ

ହଳଦୀ ମୁହିଁ ସେ, ସୁନା ଭଉଣୀ ସେ
ଦୁଇ ଭାଇଙ୍କ ଜୀବନ
ଦଣ୍ଡେ ନ ଛାଡନ୍ତି, ଗେଲ୍ହି ଭଉଣୀ ସେ
ଭାଇଙ୍କ ଗଳା ରତନ

ହଳଦୀ ମୁହିଁ ସେ, ସୁନା ଭଉଣୀ ସେ
ଦୁଇ ଭାଇଙ୍କ ଜୀବନ
ଦଣ୍ଡେ ନ ଛାଡନ୍ତି, ଗେଲ୍ହି ଭଉଣୀ ସେ
ଭାଇଙ୍କ ଗଳା ରତନ

ଆଗେ ତାଳଧ୍ଵଜ, ପଛେ ନନ୍ଦିଘୋଷ
ଆଗେ ତାଳଧ୍ଵଜ, ପଛେ ନନ୍ଦିଘୋଷ

ଦେବୀଦଳନେ ସାନ ଭଉଣୀ

ଅଲି-ଅଳି ଚାନ୍ଦ ମୁହିଁ, ଅଲି-ଅଳି ଚାନ୍ଦ ମୁହିଁ
ଅଲି-ଅଳି ଚାନ୍ଦ ମୁହିଁ, ଅଲି-ଅଳି ଚାନ୍ଦ ମୁହିଁ

ଲକ୍ଷ୍ମୀ ଠାକୁରାଣୀ ନିଜ ଜାଗା ଛାଡି
ନଣନ୍ଦକୁ ଦେଲେ ଜାଗା
ନାରାୟଣ ପାସେ ନିଜେ ନ ରହିଲେ
ସୁଭଦ୍ରାଙ୍କୁ ହେଲେ ସାହା

ଲକ୍ଷ୍ମୀ ଠାକୁରାଣୀ ନିଜ ଜାଗା ଛାଡି
ନଣନ୍ଦକୁ ଦେଲେ ଜାଗା
ନାରାୟଣ ପାସେ ନିଜେ ନ ରହିଲେ
ସୁଭଦ୍ରାଙ୍କୁ ହେଲେ ସାହା

ଏଠି ହଳଧର, ସେଠି ଚକ୍ରଧର
ଏଠି ହଳଧର, ସେଠି ଚକ୍ରଧର

ରତ୍ନ ସିଂହାସନେ ଭଉଣୀ

ଅଲି-ଅଳି ସୁନା ମୁହିଁ
ଅଲି-ଅଳି ସୁନା ମୁହିଁ

ଏ ପାଖେ ଭାଇ, ସେ ପାଖେ ଭାଇ
ଏ ପାଖେ ଭାଇ, ସେ ପାଖେ ଭାଇ
ମଝିରେ ସୁନା ମୁହିଁ
ମଝିରେ ସୁନା ମୁହିଁ

ଏ ପାଖେ ହଳିଆ, ସେ ପାଖେ କାଳିଆ
ଏ ପାଖେ ହଳିଆ, ସେ ପାଖେ କାଳିଆ

ମଝିରେ ସୁଭଦ୍ରା ଭଉଣୀ

ଅଲି-ଅଳି ସୁନା ମୁହିଁ, ସେ ଅଲି-ଅଳି ଚାନ୍ଦ ମୁହିଁ
ଅଲି-ଅଳି ସୁନା ମୁହିଁ, ଅଲି-ଅଳି ଚାନ୍ଦ ମୁହିଁ



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link