Dui Ke Dui

ଦୁଇକେ ଦୁଇ, ଚକାଆଖି ଦୁଇ
ଦୁଇକେ ଦୁଇ, ଚକାଆଖି ଦୁଇ
ଚକାଆଖି, ଚକାଡୋଳା କଲା ମୋତେ ବାଇ
କି ସୁନ୍ଦର ମନୋହର ନୀତି ଦେଖୁଥାଇ, ଧନ ନୀତି ଦେଖୁଥାଇ

ଦୁଇ ଦୁନେ ଚାରି, ପୁଣ୍ୟ-ଧାମ ଚାରି
ଦୁଇ ଦୁନେ ଚାରି, ପୁଣ୍ୟ-ଧାମ ଚାରି
ଚାରି-ଧାମ ଠାରୁ ବଡ଼ ଶ୍ରୀକ୍ଷେତ୍ର ପୁରୀ
ଥରେ ଯିଏ ଦେଖିଦେଲା ସିଏ ଗଲା ତରି, ଧନ ସିଏ ଗଲା ତରି
ଥରେ ଯିଏ ଦେଖିଦେଲା ସିଏ ଗଲା ତରି, ଧନ ସିଏ ଗଲା ତରି

ଦୁଇ ତିରି ଛଅ, ଭୂଜବାହୁ ଛଅ
ଷଡ଼ଭୂଜକୁ ଶୋଭା ଷଡ଼ଶହ ଭୂଜ
ଭୂଜେ କମଣ୍ଡଳୁ ସଙ୍ଗେ ବଂଶୀ ଧନୁସର

ଦୁଇ ଚଉ ଆଠେ, ଚକର ଆଠେ
ଅଷ୍ଟଧାତୁ ମିଶି ଗଢ଼ା ନୀଳଚକ୍ର ଗୋଟେ
ଦିଶେ ପୁଣି କେଡେ ସୁନ୍ଦର ଶ୍ରୀକ୍ଷେତ୍ର ହାଟେ

ଦୁଇ ପଞ୍ଚା ଦଶ, ଅବତାର ଦଶ
ଦୁଇ ପଞ୍ଚା ଦଶ, ଅବତାର ଦଶ
ଶ୍ରୀମନ୍ଦିରେ ଉଭା ଦଶ ଅବତାର ବେଶ
ବେଢ଼ା ଭିତରେ ବାହାରେ ଦିଅ ସମାବେଶ, ଧନ ଦିଅ ସମାବେଶ

ଦୁଇ ଛଅ ବାର, ବାର ଭାଇ ମନ୍ଦିର
ଦୁଇ ଛଅ ବାର, ବାର ଭାଇ ମନ୍ଦିର
ଷଡ଼ଭୂଜ ଗଉରାଙ୍ଗ ନିକଟେ ମନ୍ଦିର
ବାର ଭାଇ ହନୁମାନ ବିଗ୍ରହ ସୁନ୍ଦର, ଭାଇ ବିଗ୍ରହ ସୁନ୍ଦର
ବାର ଭାଇ ହନୁମାନ ବିଗ୍ରହ ସୁନ୍ଦର, ଭାଇ ବିଗ୍ରହ ସୁନ୍ଦର

ଦୁଇ ସତା ଚଉଦ, ଭୁବନ ଚଉଦ
ଆଙ୍ଗୁଠିରେ ଟେକିଥିଲେ ଭୁବନ ଚଉଦ
ସେଇ ବଳରାମ, କୃଷ୍ଣ ନାହିଁ କିଛି ଭେଦ

ଦୁଇ ଅଷ୍ଟା ଷୋହଳ, ଶାସନ ଷୋହଳ
ମୁକ୍ତି ମଣ୍ଡପେ ବ୍ରାହ୍ମଣ, ଶାସନ ଷୋହଳ
ଷୋହଳ ସ୍ଥମ୍ଭ ବସି ନ୍ୟାୟ କରନ୍ତି ଚଞ୍ଚଳ

ଦୁଇ ନୁଆ ଅଠର, ନଳାଟେ ଅଠର
ଦୁଇ ନୁଆ ଅଠର, ନଳାଟେ ଅଠର
ମାଟିଆ-ନଦୀ ଉପରେ ପ୍ରବେଶ ଦୁଆର
ଅଠର ନଳା ସେତୁ ସେ ଶ୍ରୀକ୍ଷେତ୍ର ଦୁଆର, ଭାଇ ଶ୍ରୀକ୍ଷେତ୍ର ଦୁଆର

ଦୁଇ ଦଶା କୋଡ଼ିଏ, ଅଧା ହାତ ଯୋଡିଏ
ଦୁଇ ଦଶା କୋଡ଼ିଏ, ଅଧା ହାତ ଯୋଡିଏ
ସେଇ ଦୁଇ ହାତୁ ଝରେ କରୁଣା କୋଟିଏ
ଜୟ ଜଗନ୍ନାଥ ପ୍ରଭୁ ବ୍ରହ୍ମଣ୍ଡେ ଗୋଟିଏ, ଭାଇ ବ୍ରହ୍ମଣ୍ଡେ ଗୋଟିଏ
ଜୟ ଜଗନ୍ନାଥ ପ୍ରଭୁ ବ୍ରହ୍ମଣ୍ଡେ ଗୋଟିଏ, ଭାଇ ବ୍ରହ୍ମଣ୍ଡେ ଗୋଟିଏ
ଜୟ ଜଗନ୍ନାଥ ପ୍ରଭୁ ବ୍ରହ୍ମଣ୍ଡେ ଗୋଟିଏ, ଭାଇ ବ୍ରହ୍ମଣ୍ଡେ ଗୋଟିଏ
ଜୟ ଜଗନ୍ନାଥ ପ୍ରଭୁ ବ୍ରହ୍ମଣ୍ଡେ ଗୋଟିଏ, ଭାଇ ବ୍ରହ୍ମଣ୍ଡେ ଗୋଟିଏ



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link