Aakhi Dui Jadi Habu Re

ଏ କାଳିଆ...

ଆଖି ଦୁଇ ଯଦି ହବୁ ରେ, କଜଳ ଗାର ମୁଁ ହେବି
ଆଖି ଦୁଇ ଯଦି ହବୁ ରେ, କଜଳ ଗାର ମୁଁ ହେବି

ଲାଗି-ଲାଗି ଥିବି ପତାରେ ପତାରେ
ଲାଗି-ଲାଗି ଥିବି ପତାରେ ପତାରେ

ତୋ ଆଖିରେ
ତୋ ଆଖିରେ ରହିଥିବି, କଜଳ ଗାର ମୁଁ ହେବି

ଆଖି ଦୁଇ ଯଦି ହବୁ ରେ କଜଳ ଗାର ମୁଁ ହେବି
କଜଳ ଗାର ମୁଁ ହେବି

ଗଳାଟିଏ ଯଦି ହବୁ ରେ, ତୁଳସୀ-ମାଳ ମୁଁ ହେବି
ମୋତେ ତୁ ଗଳାରେ ପିନ୍ଧିବୁ, ତୋ ଗଳାରେ ଝୁଲୁଥିବି
ଗଳାଟିଏ ଯଦି ହବୁ ରେ, ତୁଳସୀ-ମାଳ ମୁଁ ହେବି
ମୋତେ ତୁ ଗଳାରେ ପିନ୍ଧିବୁ, ତୋ ଗଳାରେ ଝୁଲୁଥିବି

ଏ କାଳିଆ...

ମଥାଟିଏ ଯଦି ହବୁ ରେ, ଚନ୍ଦନ ଟିକା ମୁଁ ହେବି
ମଥାଟିଏ ଯଦି ହବୁ ରେ, ଚନ୍ଦନ ଟିକା ମୁଁ ହେବି

କଳା କପାଳକୁ ଚନ୍ଦନେ ଚନ୍ଦନେ
କଳା କପାଳକୁ ଚନ୍ଦନେ ଚନ୍ଦନେ

ଟିପି-ଟିପି...
ଟିପି-ଟିପି ସଜେଇଦେବି, ଚନ୍ଦନ ଟିପା ମୁଁ ହେବି

ଆଖି ଦୁଇ ଯଦି ହବୁ ରେ ଚନ୍ଦନ ଟିପା ମୁଁ ହେବି
ଚନ୍ଦନ ଟିପା ମୁଁ ହେବି

ଓଠ ଟିଏ ଯଦି ହବୁ ରେ, ବଇଁଶୀଟିଏ ମୁଁ ହେବି
ତୋ ଓଠରେ ଲାଗିଥିବି, ସୁରେ ସୁରେ ବାଜୁଥିବି
ଓଠ ଟିଏ ଯଦି ହବୁ ରେ, ବଇଁଶୀଟିଏ ମୁଁ ହେବି
ତୋ ଓଠରେ ଲାଗିଥିବି, ସୁରେ ସୁରେ ବାଜୁଥିବି

ଏ କାଳିଆ...

ଦେହଟିଏ ଯଦି ହବୁ ରେ, ଅଗୁର କ୍ଷୀର ମୁଁ ହେବି
ଦେହଟିଏ ଯଦି ହବୁ ରେ, ଅଗୁର କ୍ଷୀର ମୁଁ ହେବି

କଳା ଶ୍ରୀଅଙ୍ଗକୁ ନାଲିରେ ନାଲିରେ
କଳା ଶ୍ରୀଅଙ୍ଗକୁ ନାଲିରେ ନାଲିରେ

ମୋ ରଙ୍ଗରେ...

ମୋ ରଙ୍ଗରେ ରଙ୍ଗେଇ ଦେବି, କଜଳ ଗାର ମୁଁ ହେବି
ଆଖି ଦୁଇ ଯଦି ହବୁ ରେ, କଜଳ ଗାର ମୁଁ ହେବି
ଓଠ ଦୁଇ ଯଦି ହବୁ ରେ, ବଇଁଶୀଟିଏ ମୁଁ ହେବି

ଲାଗି-ଲାଗି ଥିବି ପତାରେ ପତାରେ
ଲାଗି-ଲାଗି ଥିବି ପତାରେ ପତାରେ

ତୋ ଆଖିରେ...
ତୋ ଆଖିରେ ରହିଥିବି କଜଳ ଗାର ମୁଁ ହେବି

ଆଖି ଦୁଇ ଯଦି ହବୁ ରେ, କଜଳ ଗାର ମୁଁ ହେବି
ଆଖି ଦୁଇ ଯଦି ହବୁ ରେ, କଜଳ ଗାର ମୁଁ ହେବି
କଜଳ ଗାର ମୁଁ ହେବି
କଜଳ ଗାର ମୁଁ ହେବି



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link