Mu Je Laajare Chahin Paaruni

ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ
ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ
ମୋ ଆଖି କଳା ରେ ତା ମୁହଁ ତାର କଳା, ମୋ ଆଖି କଳା ରେ ତା ମୁହଁ ତାର କଳା

ମୋ ସିନ୍ଦୂର ନାଲି କଲା ତା ଓଠକୁ

ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ
ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ

ନିତି ରାତିଅଧେ ମଳୟ ବହୁଛି
ରୁଣୁ ଝୁଣୁ ରୁଣୁ ଘୁଙ୍ଗୁର ବାଜୁଛି, ଘୁଙ୍ଗୁର ବାଜୁଛି, ଘୁଙ୍ଗୁର ବାଜୁଛି
ଆଳତି ଆଲୁଅ ବିଛୁଡ଼ି ପଡୁଛି ଦେଉଳ ଦେଉଳ ଧରମ ବାସୁଛି

ଥିରି-ଥିରି କରି ପାଦ ଥାପିକରି, ଥିରି-ଥିରି କରି ପାଦ ଥାପିକରି

କେହିଜଣେ ମୋର ଆସୁଛି ଘରକୁ

ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ
ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ

ନୀଳାଚଳ ପରି ମନ ମୋ ଲାଗୁଛି ଶେଯରେ ତୁଳସୀ ଦୟଣା ଝରୁଛି, ଶେଯରେ ତୁଳସୀ ଦୟଣା ଝରୁଛି
ତା ଅଙ୍ଗଚନ୍ଦନ ମୋ ଦେହେ ବୋଳୁଛି
ମରତ ଟା ମୋତେ ସରଗ ଲାଗୁଛି

କଳାପାଟ ପିନ୍ଧା କାଳିଆ ନାଗର, କଳାପାଟ ପିନ୍ଧା କାଳିଆ ନାଗର

ଚୋରି କରେ ଯେବେ କହିବି କାହାକୁ

ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ
ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ

ମୋ ଆଖି କଳା ରେ ତା ମୁହଁ ତାର କଳା, ମୋ ଆଖି କଳା ରେ ତା ମୁହଁ ତାର କଳା

ମୋ ସିନ୍ଦୂର ନାଲି କଲା ତା ଓଠକୁ

ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ
ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ
ମୁଁ ଯେ ଲାଜରେ ଚାହିଁ ପାରୁନି କଳାମୁହଁ କୁ



Credits
Writer(s): Saroj Nanda, Sirsananda Das Kanungo
Lyrics powered by www.musixmatch.com

Link