Sanginireb Rasa Ranginire

ସଙ୍ଗିନୀରେ, ରାସ ରଙ୍ଗିନୀରେ
ଦୋଷ କ୍ଷମା କର, ଜୀବବନ୍ଧୁ ରୁଷନା ରେ
ସଙ୍ଗିନୀରେ, ରାସ ରଙ୍ଗିନୀରେ
ଦୋଷ କ୍ଷମା କର, ଜୀବବନ୍ଧୁ ରୁଷନା ରେ
ସଙ୍ଗିନୀରେ...

ଯା' କର ତୋ ପଦପଙ୍କଜ କିଙ୍କର
ରଙ୍କ ରତନ ମୃଗାଙ୍କ ଲପନା ରେ
ଶଙ୍କରଶତୃ ନିଃଶଙ୍କରେ ଦହୁଛି
ଅଙ୍କ ପର୍ଯ୍ୟଙ୍କ ମୋ ମଣ୍ଡୁ କିନା ରେ

ସଙ୍ଗିନୀରେ, ରାସ ରଙ୍ଗିନୀରେ
ଦୋଷ କ୍ଷମା କର, ଜୀବବନ୍ଧୁ ରୁଷନା ରେ
ସଙ୍ଗିନୀରେ...

ଯୋଡ଼ି ପାଣି ଜଣାଉଛି ରାମାମଣି
ଧରଣୀରେ ନଖଗାର ଲେଖନା ରେ
କିଣିଲା ଜନ ମୁଁ ତୋର ଆଜନ ମୁଁ
ତଳୁ ତୋଳ ଚାରୁ ବେଣୀ ଲୋଟାନା ରେ

ସଙ୍ଗିନୀରେ, ରାସ ରଙ୍ଗିନୀରେ
ଦୋଷ କ୍ଷମା କର, ଜୀବବନ୍ଧୁ ରୁଷନା ରେ
ସଙ୍ଗିନୀରେ...

ମାନସରୁ ମାନ ସରୁ ସ୍ମରଣରୁ
ରଖ ନୂଆ ସରୁ ନୀଳବସନା ରେ
ଜୀବନାପସରୁ ପୀୟୁଷ ହାସରୁ
ଲବ ପ୍ରସରୁ ଖଞ୍ଜନ ନୟନା ରେ

ସଙ୍ଗିନୀରେ, ରାସ ରଙ୍ଗିନୀରେ
ଦୋଷ କ୍ଷମା କର, ଜୀବବନ୍ଧୁ ରୁଷନା ରେ
ସଙ୍ଗିନୀରେ...

ଗୋକୁଳ କୁଳଜା ପରିଷଦ ରାଜା
ନ କଲେ କରୁଣା ମୁଁ ଜାଣ ତୋ ନାଁ ରେ
ରାଧେ ରାଧେ ବୋଲି ତୋ ସରସୀ
ସଲିଳରେ ଝାସିବାର ଶୁଣୁ ସିନା ରେ

ସଙ୍ଗିନୀରେ, ରାସ ରଙ୍ଗିନୀରେ
ଦୋଷ କ୍ଷମା କର, ଜୀବବନ୍ଧୁ ରୁଷନା ରେ
ସଙ୍ଗିନୀରେ...

ଅବନତ ହୋଇ ଧରୁ ପଦ ଦୁଇ
ରାଧା ପ୍ରସନ୍ନତା କରି କଳନା ରେ
ଗଲେ ନିଜ ନିଜ କୁଞ୍ଜେ ଆଳୀବ୍ରଜ
ଗୋପାଳକୃଷ୍ଣ କରେ ଭାବନାରେ

ସଙ୍ଗିନୀରେ, ରାସ ରଙ୍ଗିନୀରେ
ଦୋଷ କ୍ଷମା କର, ଜୀବବନ୍ଧୁ ରୁଷନା ରେ
ସଙ୍ଗିନୀରେ...



Credits
Writer(s): Balkrishna Das, Gopalakrishna
Lyrics powered by www.musixmatch.com

Link