Manasija Mana Mohana

(ଗୋପାଳକୃଷ୍ଣ— ରାଗ ଖମ୍ବାଜ, ରୂପକ)
ମନସିଜ ମନମୋହନ
ଘନଶ୍ୟାମ ସୁନ୍ଦର ରେ ସଜନୀ
ହେମବରନୀ ପ୍ରେମରେ ତୋର
ନିତି ଜରଜର ରେ ସଜନୀ । ଘୋଷା ।

ସ୍ଫୁଟ ଚମ୍ପକ ବଲ୍ଲୀକି
ସେ ଯେ ଦୂରରୁ ବିଲୋକି
ଉଠି ଆସୁ ଆସୁ ତନୁଯାକ ହେଉ
ଥିଲା ଥର ଥର ରେ ସଜନୀ । ୧ ।

ନାଗକେଶର କୁଞ୍ଜରେ
ତୁ ପହୁଡ଼ିବା ଶେଯରେ
ବସି ରାଧେ ରାଧେ ବୋଲି ଗୀତ ଗାଉ
ଥିଲେ ଧୀର ଧୀର ରେ ସଜନୀ । ୨ ।

ଶୁଣି ହଂସଜା ବନରେ
ରାଜହଂସ ନିଃସ୍ୱନରେ
ତୋର ହଂସକ ପରି କଂସ
ବଇରୀ ମଣି ତରତର ରେ ସଜନୀ । ୩ ।

ଦେଖ କେତକୀ ଦଳରେ
ଲେଖି ଲେଖି ମୋ କରରେ
ଦେଉ ଦେଉ ନୟନ କଲେ
ଥନଥନ ନୀରେ ଧର ଧର ରେ ସଜନୀ । ୪ ।

ଗୁଣି ଗୁଣି ଗୁଣଗଣକୁ
ତୋର ସୁନ୍ଦରପଣକୁ
ଗୋପାଳକୃଷ୍ଣର ପୁରତରେ କହୁ
ଥିଲେ ବାର ବାର ରେ ସଜନୀ । ୫ ।



Credits
Writer(s): Balkrishna Das, Gopalakrishna
Lyrics powered by www.musixmatch.com

Link