Soye Ja Mama

ଉଁ, ଉଁ, ଉଁ
ଶୋଇଯା ମାମା ହୋ, ଶୋଇଯା ମାମା
ଶୋଇଯା ମାମା ହୋ, ଶୋଇଯା ମାମା

ମେଘ ପାଲିଙ୍କିରେ ଜହ୍ନ ଆସିବ
ପରୀ ରାଇଜକୁ ବୁଲେଇ ନବ
ଅଝଟ ହେଲେ ସେ ନବନି ଜମା

ଶୋଇଯା ମାମା ହୋ, ଶୋଇଯା ମାମା
ଶୋଇଯା ମାମା ହୋ, ଶୋଇଯା ମାମା

ଉଦୁ ଉଦୁମା ତାଳ ଗୋଟମା
ମୁଁ ସୁନା ସବୁ ପିତଳ ସମା
ଦଶଟା ମିଠେଇ ହାତରେ ଦେଲେ
ଗାଲରେ ଦେବି ଗୋଟିଏ ଚୁମା, ହାହାହା

ନାଲି ଟୁକୁ ଟୁକୁ ତୋ'ରି ହସରେ ଲୁଚିଛି କାହା ହସ?
ଦିଦିନରେ ମୋତେ କିମିଆଁ କରି ସେ କରିନେଲା ତ ବଶ
ହୋ, ନାଲି ଟୁକୁ ଟୁକୁ ତୋ'ରି ହସରେ ଲୁଚିଛି କାହା ହସ?
ଦିଦିନରେ ମୋତେ କିମିଆଁ କରି ସେ କରିନେଲା ତ ବଶ

କଥାକୁହା ଛୋଟ କଣ୍ଢେଇ ତୁ ମୋର
ତୋରି ପାଇଁ ମୁଁ, ହସିଲା ଏ ଘର
ଦୁଃଖ ଭୁଲାଏ ତୋ ଓଠ ଚୁମା

ଶୋଇଯା ମାମା ହୋ, ଶୋଇଯା ମାମା
ଶୋଇଯା ମାମା ହୋ, ଶୋଇଯା ମାମା

ଇଟିକିଲି ମିଟିକିଲି
ତୁମ ସାଙ୍ଗରେ କଟି କଲି
କଟି ଫିଟିଲେ ହୋଇବ ମିଟି
ତେବେ ତୁମକୁ ମିଳିବ ଛୁଟି

ମିଠା ମିଠା ତୋର କଥା ଶୁଣି ମୋର କଟିଯାଏ ତ ଦିନ
ରାତି ସରେ ନାହିଁ ଝୁରେ ତୋ ପାଇଁ ମୋର ଏଇ ମନ
ହୋ ମିଠା ମିଠା ତୋର କଥା ଶୁଣି ମୋର କଟିଯାଏ ତ ଦିନ
ରାତି ସରେ ନାହିଁ ଝୁରେ ତୋ ପାଇଁ ମୋର ଏଇ ମନ

ତୁ ଶୋଇପଡ଼ ମୋ ନିଦ ନେଇ
ସାରା ଜୀବନ ମୁଁ ରହିବି ଚେଇଁ
ତୁ ହି ତୋ ମୋର ହଜିଲା ସୁନା

ଶୋଇଯା ମାମା ହୋ, ଶୋଇଯା ମାମା
ଶୋଇଯା ମାମା ହୋ, ଶୋଇଯା ମାମା

ମେଘ ପାଲିଙ୍କିରେ ଜହ୍ନ ଆସିବ
ପରୀ ରାଇଜକୁ ବୁଲେଇ ନବ
ଅଝଟ ହେଲେ ସେ ନବନି ଜମା

ଶୋଇଯା ମାମା ହୋ, ଶୋଇଯା ମାମା
ଶୋଇଯା ମାମା ହୋ, ଶୋଇଯା ମାମା

ଉଁ-ହୁଁ-ହୁଁହୁଁ-ହୁଁ
ଉଁ-ହୁଁ-ହୁଁହୁଁ
ଉଁ-ହୁଁ-ହୁଁହୁ
ଉଁ-ହଁ-ହୁଁହଁ



Credits
Writer(s): Amrendra Mohanty, Nizam
Lyrics powered by www.musixmatch.com

Link