Mo Prema Saswata Duet

ତୋ ବିନା ମୁଁ, ମୋ ବିନା ପ୍ରିୟା ତୁ
ଜୀବନର ମାନେ ନାହିଁ
କେମିତିକା ବଞ୍ଚିବା କହ ତୁ
ପ୍ରେମ ଯଦି ଯାଏ ହଜି

ନହେଉ ଏମିତି ଅଘଟଣ
ଘଟିଲେ ଖୋଜିବା ଦୁହେଁ ମିଶି
ନହେଉ ଏମିତି ଅଘଟଣ
ଘଟିଲେ ଖୋଜିବା ଦୁହେଁ ମିଶି

ତୁ ଜହ୍ନ ହେଲେ ମୁଁ ରାତି
ତୁ ସୂର୍ଯ୍ୟ ହେଲେ ମୁଁ ତାତି
ତୁ ଜହ୍ନ ହେଲେ ମୁଁ ରାତି
ତୁ ସୂର୍ଯ୍ୟ ହେଲେ ମୁଁ ତାତି

ଫିକା-ଫିକା ଲାଗୁଥିଲା ତୋବିନା ଏଇ ଜୀବନ
ଛୁଇଁଲୁ ମୋ ଦେହକୁ ସାଜି ତୁ ପବେଇ-ପବନ
ଆଖି-ଆଖି ମିଶିଗଲା, ଯେବେଠୁ କଳୁ କୁହୁକ
ପାଗଳ କଲା ମୋତେ, ରେ ପ୍ରିୟା ତୋ ଦେହ ମହକ

ହୁଏ ମୋ କାନରେ ଗୁଞ୍ଜରଣ
ତୋ ହୃଦ ସ୍ପନ୍ଦନ ପ୍ରେମ-ଗୀତି
ହୁଏ ମୋ କାନରେ ଗୁଞ୍ଜରଣ
ତୋ ହୃଦ ସ୍ପନ୍ଦନ ପ୍ରେମ-ଗୀତି

ତୁ ଜହ୍ନ ହେଲେ ମୁଁ ରାତି
ତୁ ସୂର୍ଯ୍ୟ ହେଲେ ମୁଁ ତାତି
ତୁ ଜହ୍ନ ହେଲେ ମୁଁ ରାତି
ତୁ ସୂର୍ଯ୍ୟ ହେଲେ ମୁଁ ତାତି

ମୋ ଛାତିର ସ୍ପନ୍ଦନଟା ଥିଲା ତୋବିନା ଶିଥିଳ
ଛୁଇଁଲୁ ଯେବେ ମୋତେ, ସେଦିନୁ ହେଲା ଚଞ୍ଚଳ
ଓ, ନିଶା-ନିଶା ପ୍ରେମ ତୋର ଏମିତି ମୋତେ ଘାରିଛି
ପ୍ରେମରେ ଭିଜେଇଦେ, ଏ ମନ ତୋଠୁ ଖୋଜୁଛି

ଅଜଣା ଏ କେଉଁ ଶିହରଣ
ଦେହରେ ଖେଳୁଛି ମୋର ଆସି?
ଅଜଣା ଏ କେଉଁ ଶିହରଣ
ଦେହରେ ଖେଳୁଛି ମୋର ଆସି?

ତୁ ଜହ୍ନ ହେଲେ ମୁଁ ରାତି
ତୁ ସୂର୍ଯ୍ୟ ହେଲେ ମୁଁ ତାତି
ତୁ ଜହ୍ନ ହେଲେ ମୁଁ ରାତି
ତୁ ସୂର୍ଯ୍ୟ ହେଲେ ମୁଁ ତାତି



Credits
Lyrics powered by www.musixmatch.com

Link