Aei Mo Jibana Re

रब्बा, रब्बा

ଦୋ ରଙ୍ଗି ଦୁନିଆ
ବେରଙ୍ଗ ଜୀବନ
ଏଠି-ସେଠି ଖୋଜେ ମୁଁ ଯେ ହଜିଲା ସପନ
ଠକି ଦେବ ଦିନେ ହୃଦୟ ସ୍ପନ୍ଦନ
ଜାଣେନା ମୁଁ କାହିଁ କରେ ମାନ ଅଭିମାନ

रब्बा, रब्बा

କିଏ ସେ ପର ପୁଣି କିଏ ଯେ ଆପଣା?
କିଛିବି ବୁଝି ହୁଏନା
ଦୁନିଆ ଭିଡ଼ରେ ମୁଁ ଏକା ଏକା ଆଜି
ଖୋଜୁଛି ନିଜର ଠିକଣା

କିଏ କହେ ମୁଁ ତାହାର
କିଏ କହେ ଆଉ କାହାର
ଗଢ଼ା ହେଇଚି ମୁଁ କାହା ପାଇଁରେ?
ମିଛ ମାୟା ଏ ସଂସାର
ନିଜ ଦେହ କି ନିଜର
ନିଜେ ନିଜକୁ ମୁଁ ଆଜି ପଚାରେ

ଏଇ ମୋ ଜୀବନରେ, ଜୀବନରେ, ଜୀବନରେ
ଅକୁହା କାହାଣୀରେ, କାହାଣୀରେ, କାହାଣୀରେ
ଏଇ ମୋ ଜୀବନରେ, ଜୀବନରେ, ଜୀବନରେ
ଅକୁହା କାହାଣୀରେ, କାହାଣୀରେ, କାହାଣୀରେ

ଖେଳେ ଲୁଚକାଳି ମୋ ସାଥେ ସମୟ
କିଏ ଜଣେ କିଏ ପୁଣି ନିଏ ବିଦାୟ
ହୃଦୟେ ଲାଗିଛି ମୋର ତାଜା ଜଖମ
କିଏ ଲଗେଇବ ପୁଣି ତାକୁ ମଲମ?

କିଏ ହେବ ମୋ ନିଜର?
ଖୋଜୁଛି ମୁଁ ତା ଉତ୍ତର
ମୋ ଜୀବନ ଅଛି ଦୋ ଛକ୍କିରେ
କି ଦୋଷ ଥିଲା ମୋର?
କାଟୁଛି ମୁଁ ସଜା ତାର
କୋହର ନିଆଁ ଜଳେ ଛାତିରେ

ଏଇ ମୋ ଜୀବନରେ, ଜୀବନରେ, ଜୀବନରେ
ଅକୁହା କାହାଣୀରେ, କାହାଣୀରେ, କାହାଣୀରେ
ଏଇ ମୋ ଜୀବନରେ, ଜୀବନରେ, ଜୀବନରେ
ଅକୁହା କାହାଣୀରେ, କାହାଣୀରେ, କାହାଣୀରେ



Credits
Writer(s): Saroj Saroj, Nabs Nabs, Durga Durga, Mrutyunjaya Mishra
Lyrics powered by www.musixmatch.com

Link