Manaku Karichi Mati Dipa

ଲୋ କେତକୀ ଫୁଲ, ଏ ଚମ୍ପା, ଟଗର
ଲୋ ଅରଖ ଫୁଲ, ଏ ବେଲ ପତର
ଲୋ କେତକୀ ଫୁଲ, ଏ ଚମ୍ପା, ଟଗର
ଲୋ ଅରଖ ଫୁଲ, ଏ ବେଲ ପତର

କଉ ଜନମରେ କି ପୁଣ୍ୟ କଲ?
ଶିବଙ୍କ ଦେହରେ ଲାଗିହୋଇଲ
ଲାଗନ୍ତି ଶିବ ସୁନ୍ଦର

ଲୋ କେତକୀ ଫୁଲ, ଏ ଚମ୍ପା, ଟଗର
ଲୋ ଅରଖ ଫୁଲ, ଏ ବେଲ ପତର

ସୋମବାର ଅବା ସଙ୍କରାନ୍ତି ହେଉ
ହେଉ ସେ ଜାଗର ରାତି
ଯୋଉ ଦେହେ ବୋଳା ମଶାଣି-ପାଉଁଶ
ସେ ଦେହେ ଲାଗିଲା ନୀତି

ସୋମବାର ଅବା ସଙ୍କରାନ୍ତି ହେଉ
ହେଉ ସେ ଜାଗର ରାତି
ଯୋଉ ଦେହେ ବୋଳା ମଶାଣି-ପାଉଁଶ
ସେ ଦେହେ ଲାଗିଲା ନୀତି

ନୀତି-ନୀତି ତୁମ ପାଇଁ ପରସ
ବାବା ଆଶୁତୋଷ ହୁଅନ୍ତି ତୋଷ
କରନ୍ତି ଦୟା ଅପାର

ଲୋ କେତକୀ ଫୁଲ, ଏ ଚମ୍ପା, ଟଗର
ଲୋ ଅରଖ ଫୁଲ, ଏ ବେଲ ପତର

ଏଇ ଦୁନିଆଁରେ କେତେ ଫୁଲ ଥିଲା
ତୁମକୁ ବାଛିଲେ ହର
ଯୋଉ ଗଳାରେ ତ ଝୁଲେ ନାଗସାପ
ହେଲ ସେ ଗଳାର ହାର

ଏଇ ଦୁନିଆଁରେ କେତେ ଫୁଲ ଥିଲା
ତୁମକୁ ବାଛିଲେ ହର
ଯୋଉ ଗଳାରେ ତ ଝୁଲେ ନାଗସାପ
ହେଲ ସେ ଗଳାର ହାର

ମନେ-ମନେ କଉ ମନ୍ତରଗାଇ
ଭୋଳାଙ୍କ ମନକୁ ନେଲ ମନେଇ?
ହୋଇଲ ଏତେ ନିଜର

ଲୋ କେତକୀ ଫୁଲ, ଏ ଚମ୍ପା, ଟଗର
ଲୋ ଅରଖ ଫୁଲ, ଏ ବେଲ ପତର
ଲୋ କେତକୀ ଫୁଲ, ଏ ଚମ୍ପା, ଟଗର
ଲୋ ଅରଖ ଫୁଲ, ଏ ବେଲ ପତର

କଉ ଜନମରେ କି ପୁଣ୍ୟ କଲ?
ଶିବଙ୍କ ଦେହରେ ଲାଗିହୋଇଲ
ଲାଗନ୍ତି ଶିବ ସୁନ୍ଦର

ଲୋ କେତକୀ ଫୁଲ, ଏ ଚମ୍ପା, ଟଗର
ଲୋ ଅରଖ ଫୁଲ, ଏ ବେଲ ପତର



Credits
Writer(s): Arun Mantri, Prem Anand
Lyrics powered by www.musixmatch.com

Link