Mun Jauchi Jagara Jali

ମନକୁ କରିଛି ମାଟି ଦୀପଟିଏ ମୋର
ଦୀପରେ ଢ଼ାଳିଛି ଆଖି ଲୁହ ଧାର-ଧାର
ମନକୁ କରିଛି ମାଟି ଦୀପଟିଏ ମୋର
ଦୀପରେ ଢ଼ାଳିଛି ଆଖି ଲୁହ ଧାର-ଧାର

ଭକ୍ତିକୁ କରିଛି ସେ ଦୀପ ସଳିତା
ଭକ୍ତିକୁ କରିଛି ସେ ଦୀପ ସଳିତା
ଜାଳିବି ଯାଇ ମୁଁ ତୁମରି ମନ୍ଦିରେ, ଭୋଳା ହେ
ଜାଗରରେ ରହି ଉଜାଗର
ଜାଗରରେ ରହି ଉଜାଗର

ମନକୁ କରିଛି ମାଟି ଦୀପଟିଏ ମୋର
ଦୀପରେ ଢ଼ାଳିଛି ଆଖି ଲୁହ ଧାର-ଧାର

ଜୀବନରେ ଆସେ ଅନେକ ରାତି
ସେ ନୁହେଁ ଜାଗର ରାତି
ଜାଗର ରାତିରେ ଜଳିବା ଭାଗ୍ୟ
କାହାକୁ ମିଳେ ଏମିତି?

ନାହିଁ ଅଭିଯୋଗ ନାହିଁ ଅଭିମାନ
ନାହିଁ ଅଭିଯୋଗ ନାହିଁ ଅଭିମାନ
ଏତିକି ଗୁହାରି ଚରଣେ ତୁମର, ଭୋଳା ହେ
କରିନିଅ ମୋତେ ଆପଣାର
କରିନିଅ ମୋତେ ଆପଣାର

ମନକୁ କରିଛି ମାଟି ଦୀପଟିଏ ମୋର
ଦୀପରେ ଢ଼ାଳିଛି ଆଖି ଲୁହ ଧାର-ଧାର

ଜଳି-ଜଳି ଯେବେ ଯିବି ମୁଁ ସରି
ତୁମଠି ହୋଇବି ଲୀନ
ତୁମଠୁ ଆରମ୍ଭ ତୁମଠି ଶେଷ
ଜୀବନ ଯେତିକି ଦିନ

ତୁମେ ମୋର ଗତି, ତୁମେ ମୋର ମୁକ୍ତି
ତୁମେ ମୋର ଗତି, ତୁମେ ମୋର ମୁକ୍ତି
ତୁମେ ତ ନିଶ୍ବାସ ବିଶ୍ୱାସ ମୋହର, ଭୋଳା ହେ
ତୁମେ ମୋକ୍ଷ ଏଇ ଜୀବନର
ତୁମେ ମୋକ୍ଷ ଏଇ ଜୀବନର

ମନକୁ କରିଛି ମାଟି ଦୀପଟିଏ ମୋର
ଦୀପରେ ଢ଼ାଳିଛି ଆଖି ଲୁହ ଧାର-ଧାର

ଭକ୍ତିକୁ କରିଛି ସେ ଦୀପ ସଳିତା
ଭକ୍ତିକୁ କରିଛି ସେ ଦୀପ ସଳିତା
ଜାଳିବି ଯାଇ ମୁଁ ତୁମରି ମନ୍ଦିରେ, ଭୋଳା ହେ

ଜାଗରରେ ରହି ଉଜାଗର
ଜାଗରରେ ରହି ଉଜାଗର
ଜାଗରରେ ରହି ଉଜାଗର
ଜାଗରରେ ରହି ଉଜାଗର



Credits
Writer(s): Arun Mantri, Prem Anand
Lyrics powered by www.musixmatch.com

Link