Lo Ketaki Phula

ମୁଁ ଯାଉଛି ଜାଗର ଜାଳି, ତୁ ମୋ ସାଥେ ଯିବୁ କି?
ସଖୀ ଲୋ ସଖୀ
ମୁଁ ଯାଉଛି ଜାଗର ଜାଳି, ତୁ ମୋ ସାଥେ ଯିବୁ କି?
ସଖୀ ଲୋ ସଖୀ, ସଖୀ ଲୋ ସଖୀ

ଲାଗିଛି ଲୋ ଆଜି ଭୋଳାଙ୍କ ଡୋରି
ଯିବା ଘିଅ, ଦୀପ, ସଳିତା ଧରି
ଲାଗିଛି ଲୋ ଆଜି ଭୋଳାଙ୍କ ଡୋରି
ଯିବା ଘିଅ, ଦୀପ, ସଳିତା ଧରି

ବାଟରେ ନଯିବା ଅଟକି ଲୋ

ସଖୀ ଲୋ ସଖୀ, ସଖୀ ଲୋ ସଖୀ

ଜାଗର, ଆଜି ଜାଗର, ସବୁ କୀର୍ତିରେ ତ ସାର ଲୋ
ଶଙ୍କର, ଶିବ-ଶଙ୍କର ମନ ଜାଣି ଦେବେ ବର ଲୋ
ଜାଗର, ଆଜି ଜାଗର, ସବୁ କୀର୍ତିରେ ତ ସାର ଲୋ
ଶଙ୍କର, ଶିବ-ଶଙ୍କର ମନ ଜାଣି ଦେବେ ବର ଲୋ

ଉଜାଗରେ ଆଜି ପହିଲେ ରାତି
ସୁଖରେ ଜୀବନ ଯିବ ଲୋ ବିତି
ଉଜାଗରେ ଆଜି ପହିଲେ ରାତି
ସୁଖରେ ଜୀବନ ଯିବ ଲୋ ବିତି

ମନ ଯାଉଥିବ ମହକି ଲୋ

ସଖୀ ଲୋ ସଖୀ, ସଖୀ ଲୋ ସଖୀ

ପତର, ବେଲ ପତର, ଗୁଁଥି ନେବା ୧୦୮ ଲୋ
ମନ୍ଦିର, ଶିବ ମନ୍ଦିର ଯିବା ହୋଉ ଯେତେ ବାଟ ଲୋ
ପତର, ବେଲ ପତର, ଗୁଁଥି ନେବା ୧୦୮ ଲୋ
ମନ୍ଦିର, ଶିବ ମନ୍ଦିର ଯିବା ହୋଉ ଯେତେ ବାଟ ଲୋ

ତୁଣ୍ଡରେ ଉଚାରି ନମ୍ଃ ଶିବାୟ
ଶିବଙ୍କ ଚରଣେ ରଖିବା ଲୟ
ତୁଣ୍ଡରେ ଉଚାରି ନମ୍ଃ ଶିବାୟ
ଶିବଙ୍କ ଚରଣେ ରଖିବା ଲୟ

ସଂସାର ରୁ ଯିବା ତରି ଲୋ

ସଖୀ ଲୋ ସଖୀ, ସଖୀ ଲୋ ସଖୀ

ମୁଁ ଯାଉଛି ଜାଗର ଜାଳି, ତୁ ମୋ ସାଥେ ଯିବୁ କି?
ସଖୀ ଲୋ ସଖୀ
ମୁଁ ଯାଉଛି ଜାଗର ଜାଳି, ତୁ ମୋ ସାଥେ ଯିବୁ କି?
ସଖୀ ଲୋ ସଖୀ, ସଖୀ ଲୋ ସଖୀ

ଲାଗିଛି ଲୋ ଆଜି ଭୋଳାଙ୍କ ଡୋରି
ଯିବା ଘିଅ, ଦୀପ, ସଳିତା ଧରି
ଲାଗିଛି ଲୋ ଆଜି ଭୋଳାଙ୍କ ଡୋରି
ଯିବା ଘିଅ, ଦୀପ, ସଳିତା ଧରି

ବାଟରେ ନଯିବା ଅଟକି ଲୋ

ସଖୀ ଲୋ ସଖୀ, ସଖୀ ଲୋ ସଖୀ
ସଖୀ ଲୋ ସଖୀ, ସଖୀ ଲୋ ସଖୀ



Credits
Writer(s): Arun Mantri, Prem Anand
Lyrics powered by www.musixmatch.com

Link