Sakhi Lo Kala

ସଖି ଲୋ କଳା ଆଖିକୁ ଦେଖି...
ସଖି ଲୋ କଳା ଆଖିକୁ ଦେଖି...

ମୋ ମନ ଯାଉଛି ଲାଖି ଲୋ ଯାଉଛି ଲାଖି, ଯାଉଛି ଲାଖି

ସଖି ଲୋ କଳା ଆଖିକୁ ଦେଖି...

ଶ୍ୟାମକୁଞ୍ଜ ଛାଡ଼ି ବଡ଼ଦେଉଳ
ଭକତ ପାଇଁକି ହୁଏ ପାଗଳ
ଶ୍ୟାମକୁଞ୍ଜ ଛାଡ଼ି ବଡ଼ଦେଉଳ
ଭକତ ପାଇଁକି ହୁଏ ପାଗଳ

ରୁଚେନା ତୁଣ୍ଡକୁ ବଡ଼-ଭୋଗ, ବଗଡ଼ା-ଅବଢ଼ା, ଡାଲି, ଶାଗ
ଆଲୋ ଗଲାଣି କାଳିଆ ଦେହଟା ଶୁଖି, ଦେହଟା ଶୁଖି

ସଖି ଲୋ କଳା ଆଖିକୁ ଦେଖି...
ସଖି ଲୋ କଳା ଆଖିକୁ ଦେଖି...

ଉଠା-ବସା ହୋଇ ଆସେ ଦାଣ୍ଡକୁ
ଆଖିରେ ଖୋଜଇ ଗୋପବାଳୀଙ୍କୁ
ଉଠା-ବସା ହୋଇ ଆସେ ଦାଣ୍ଡକୁ
ଆଖିରେ ଖୋଜଇ ଗୋପବାଳୀଙ୍କୁ

ପତିତ ପାଖେ ନଥାଏ ମନ, ଭକତ ତା'ର ହୃଦଚନ୍ଦନ
ଆଲୋ, ଅରୁଣଖମ୍ବଟା ରହିଛି ସାକ୍ଷୀ, ରହିଛି ସାକ୍ଷୀ

ସଖି ଲୋ କଳା ଆଖିକୁ ଦେଖି...
ସଖି ଲୋ କଳା ଆଖିକୁ ଦେଖି...

ମୋ ମନ ଯାଉଛି ଲାଖି ଲୋ ଯାଉଛି ଲାଖି, ଯାଉଛି ଲାଖି

ସଖି ଲୋ କଳା ଆଖିକୁ ଦେଖି...
ସଖି ଲୋ କଳା ଆଖିକୁ ଦେଖି...



Credits
Writer(s): Krushna Chandra, Madan Pani
Lyrics powered by www.musixmatch.com

Link