Saguna Basila Chale

ଶାଗୁଣା ବସିଲା ଚାଳେ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୂରିଲା ଧନ ନପକା ଚାଉଳ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୂରିଲା ଧନ ନପକା ଚାଉଳ

ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ
ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ
ଶୋଇଦେ ଶୋଇଦେ ମତେ ମାଟି ମା' କୋଳ
ମାଟି ମା' କୋଳ

ଶାଗୁଣା ବସିଲା ତାଳେ ଗଡ଼ିଲାଣି ବେଳ
ସେରକ ପୂରିଲା ଧନ ନପକା ଚାଉଳ

ଜୀବ ଗଲାବେଳେ ଦେବୁ କୈବଲ୍ୟ ତୁଳସୀ
ପଢୁଥିବୁ ଭାଗବତ ମୋର ପାଖେ ବସି
ବ୍ରାହ୍ମଣ ମାନଙ୍କୁ ଡାକି କରି ପାଦପୂଜା
ଦଶଦାନ କରିଦେବୁ କମିଯିବ ସଜା

କୁଟୁମ୍ବ ଡାକିଣ ଦେବୁ ଅବଢ଼ା ପଖାଳ
କୁଟୁମ୍ବ ଡାକିଣ ଦେବୁ ଅବଢ଼ା ପଖାଳ
କାଳିଆ ଗୁଣ ଗାଇବୁ ସେହି ମୋର ବଳ
ସେହି ମୋର ବଳ

ଶାଗୁଣା ବସିଲା ତାଳେ ଗଡ଼ିଲାଣି ବେଳ
ସେରକ ପୁରିଲା ଧନ ନପକା ଚାଉଳ

ଏ ଜୀବନ ଯଉବନ କିଛି ନୁହେଁ ଚିର
ମରଣ ନଈରେ ପ୍ରାଣ ହୁଅଇ ଅସ୍ଥିର
ମରିଗଲା ବେଳେ ଧନ କାନ୍ଦିବୁ ତୁ ନାହିଁ
କୋକେଇରେ ବୋହିନେବୁ ଡାକି ସାହିଭାଇ

ବୁଝାଇ କହିବୁ ଯାଇ ମା'କୁ ତୋହର
ବୁଝାଇ କହିବୁ ଯାଇ ମା'କୁ ତୋହର
ନିଆଁ ବରିଆରେ ମୋର ସରିଯିବ ଖେଳ
ସରିଯିବ ଖେଳ

ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୁରିଲା ଧନ ନପକା ଚାଉଳ
ଶାଗୁଣା ବସିଲା ଚାଳେ ଗଡ଼ିଲାଣି ବେଳ
ସେରକ ପୁରିଲା ଧନ ନପକା ଚାଉଳ

ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ
ଡାକିଲାଣି ଧନ ଦେଖ ଦୂରେ ମୋତେ କାଳ
ଶୋଇଦେ ଶୋଇଦେ ମୋତେ ମାଟି ମା' କୋଳ
ମାଟି ମା' କୋଳ



Credits
Writer(s): Swami Arup Nanda, Krushna Chandra
Lyrics powered by www.musixmatch.com

Link