Gotha Pherileni

ଗୋଠ ଫେରିଲେଣି ଗୋଠୁଆ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ
ଗୋଠ ଫେରିଲେଣି ଗୋଠୁଆ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ

ଦେଖ ଲୋ ଦେଖ, କି କଥା ହେଲା
ଖରାବେଳେ ରାଧା ଗାଧେଇ ଗଲା

ସଞ୍ଜ ହେଲା ଫେରିଲା ନାହିଁ ଲୋ
ସଞ୍ଜ ହେଲା ଫେରିଲା ନାହିଁ
ସଞ୍ଜ ହେଲା ଫେରିଲା ନାହିଁ ଲୋ
ସଞ୍ଜ ହେଲା ଫେରିଲା ନାହିଁ

ଏପଟେ ଖୋଜୁଛି ଜଟିଳା, ସେପଟେ ଖୋଜୁଛି କୁଟିଳା
ଚନ୍ଦ୍ରସେନା ହାତେ ଶାଳୁଆ ପାଞ୍ଚଣ, ରାଧାର କପାଳ ଫାଟିଲା
ଏପଟେ ଖୋଜୁଛି ଜଟିଳା, ସେପଟେ ଖୋଜୁଛି କୁଟିଳା
ଚନ୍ଦ୍ରସେନା ହାତେ ଶାଳୁଆ ପାଞ୍ଚଣ, ରାଧାର କପାଳ ଫାଟିଲା

ଘାଟ ପରି ଅଛି, ଘଟୁଆ ନାହିଁ
ରାଧାର ହଳଦୀ କାଠୁଆ ନାହିଁ
ଘାଟ ପରି ଅଛି, ଘଟୁଆ ନାହିଁ
ରାଧାର ହଳଦୀ କାଠୁଆ ନାହିଁ

ଦେଖ ଲୋ ଦେଖ, କି କଥା ହେଲା
ବରଜ ବଜାରେ ବାଜା ବାଜିଲା

କାହ୍ନୁ ସାଥେ ଯାଇଛି ମାଇଁ ଲୋ
କାହ୍ନୁ ସାଥେ ଯାଇଛି ମାଇଁ
କାହ୍ନୁ ସାଥେ ଯାଇଛି ମାଇଁ ଲୋ
କାହ୍ନୁ ସାଥେ ଯାଇଛି ମାଇଁ

ଯଶୋଦା ହେଲେଣି ଛାନିଆ, ରାଧା ଉହାଁ ଶୁଣି କନିଆଁ
କି ବୋଲି କହିବେ ପଚାରିବେ କାହ୍ନୁ କହିଦେଲା ହିଣିମାନିଆଁ
ଯଶୋଦା ହେଲେଣି ଛାନିଆ, ରାଧା ଉହାଁ ଶୁଣି କନିଆଁ
କି ବୋଲି କହିବେ ପଚାରିବେ କାହ୍ନୁ କହିଦେଲା ହିଣିମାନିଆଁ

କୁଞ୍ଜ ପଡ଼େ ଖାଲି, କହ୍ନେଇ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ
କୁଞ୍ଜ ପଡ଼େ ଖାଲି, କହ୍ନେଇ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ

ଦେଖ ଲୋ ଦେଖ, କି କଥା ହେଲା
ଭଲା କଳା-କାହ୍ନୁ ଧେଇ କି କଲା?

ରାଧା ମୁହେଁ ଶରମ ନାହିଁ ଲୋ
ରାଧା ମୁହେଁ ଶରମ ନାହିଁ
ରାଧା ମୁହେଁ ଶରମ ନାହିଁ ଲୋ
ରାଧା ମୁହେଁ ଶରମ ନାହିଁ

ଗୋଠ ଫେରିଲେଣି ଗୋଠୁଆ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ
ଗୋଠ ଫେରିଲେଣି ଗୋଠୁଆ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ

ଦେଖ ଲୋ ଦେଖ, କି କଥା ହେଲା
ଖରାବେଳେ ରାଧା ଗାଧେଇ ଗଲା

ସଞ୍ଜ ହେଲା ଫେରିଲା ନାହିଁ ଲୋ
ସଞ୍ଜ ହେଲା ଫେରିଲା ନାହିଁ
ସଞ୍ଜ ହେଲା ଫେରିଲା ନାହିଁ ଲୋ
ସଞ୍ଜ ହେଲା ଫେରିଲା ନାହିଁ



Credits
Writer(s): Krushna Chandra, Nirmal Nayak
Lyrics powered by www.musixmatch.com

Link