Niswasa Mora Pherila Puni

ନିଃଶ୍ୱାସ ମୋର ଫେରିଲା
ପୁଣି ତୁ ଫେରିଲା ପରେ-ପରେ

ନିଃଶ୍ୱାସ ମୋର ଫେରିଲା
ପୁଣି ତୁ ଫେରିଲା ପରେ-ପରେ
ବିଶ୍ୱାସ ମୋର ଏତିକି
ଥିଲା ତୁ ଫେରିବୁ ଆଉ ଥରେ

ତୋ ବିନା କାହାଣୀ ଅଧା ଥିଲା
ତୋ ବିନା ଜୀବନ ଅଧା ଥିଲା

ମରୁ ମରୁ ଜିଇଁଲି ମୁଁ ଆଉଥରେ, ଆଉଥରେ

ନିଃଶ୍ୱାସ ମୋର ଫେରିଲା
ପୁଣି ତୁ ଫେରିଲା ପରେ-ପରେ
ବିଶ୍ୱାସ ମୋର ଏତିକି
ଥିଲା ତୁ ଫେରିବୁ ଆଉ ଥରେ
ହଁ, ତୁ ଫେରିବୁ ଆଉ ଥରେ

ପ୍ରେମ କେବେ ହାରେନା
ପ୍ରେମ କେବେ ସରେନା
ସମ୍ପର୍କ ସତ ହେଇଥିଲେ ପ୍ରେମ କେବେ ମରେନା

ହୋ, ତତେ କେତେ ଖୋଜିଛି
ଲୁହରେ ମୁଁ ଭିଯିଛି
ଏକା-ଏକା ହୋଇ ତୋ ବିନା ମୁଁ ନୁହେଁ, ମୁଁ ନୁହେଁ କିଛି

ତୋ ପାଇଁ ଜହ୍ନରେ ଜଳୁଥିଲି
ତୋ ପାଇଁ ନିଆଁରେ ଖେଳୁଥିଲି

ହାରୁ-ହାରୁ ଜିତିଲି ମୁଁ, ଆଉଥରେ, ଆଉଥରେ

ନିଃଶ୍ୱାସ ମୋର ଫେରିଲା
ପୁଣି ତୁ ଫେରିଲା ପରେ-ପରେ
ବିଶ୍ୱାସ ମୋର ଏତିକି
ଥିଲା ତୁ ଫେରିବୁ ଆଉ ଥରେ
ହଁ, ତୁ ଫେରିବୁ ଆଉ ଥରେ

ଏ କେମିତି ବନ୍ଧନ
ଅଧା ଥିଲା ସପନ
କମି-କମି ଥମି ଯାଇଥିଲା, ଛାତିରେ ମୋର ସ୍ପନ୍ଦନ

ହୋ, ମନ ଥିଲା ନିବୁଜ
ଥିଲା ଖାଲି ଦରଜ
ଖୋଲିଦେଲେ ଆସି ଝରକା ତୁ ସବୁତ ଲାଗେ ସବୁଜ

ଦୁଇଟି ହୃଦୟ ଯୋଡ଼ିଥିଲି
ଆଶାର ବସାଟେ ଗଢ଼ିଥିଲି

ଭାଙ୍ଗୁ-ଭାଙ୍ଗୁ ଗଢ଼ିଲି ମୁଁ ଆଉଥରେ, ଆଉଥରେ

ନିଃଶ୍ୱାସ ମୋର ଫେରିଲା
ପୁଣି ତୁ ଫେରିଲା ପରେ-ପରେ
ବିଶ୍ୱାସ ମୋର ଏତିକି
ଥିଲା ତୁ ଫେରିବୁ ଆଉ ଥରେ
ହଁ, ତୁ ଫେରିବୁ ଆଉ ଥରେ



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link