Ahe Panam Bnamha

ଆହେ ପରଂବ୍ରହ୍ମ, ହେ ପୁରୁଷୋତ୍ତମ
କୃତାଞ୍ଜଳି ଫୁଟେ ପ୍ରଣାମ
ଆହେ ପରଂବ୍ରହ୍ମ, ହେ ପୁରୁଷୋତ୍ତମ
କୃତାଞ୍ଜଳି ଫୁଟେ ପ୍ରଣାମ

ଆରତ ନାଶନ, ଗରବ ଗଞ୍ଜନ
ଆରତ ନାଶନ, ଗରବ ଗଞ୍ଜନ
ଶ୍ରୀଚରଣେ ମାଗେ ଶରଣ

ଆହେ ପରଂବ୍ରହ୍ମ, ହେ ପୁରୁଷୋତ୍ତମ
କୃତାଞ୍ଜଳି ଫୁଟେ ପ୍ରଣାମ
ଇଚ୍ଛାମୟ ତୁମେ, ଲୀଳାମୟ ତୁମେ
ତୁମେ ଓଁ କାର, ପ୍ରଥମ ଝଙ୍କାର
ଗୀତିମୟ ତୁମେ, ପ୍ରୀତିମୟ ତୁମେ
ତୁମେ ଶାଶ୍ୱତ, ଚିର ସୁନ୍ଦର

ଆହେ ଜଗନ୍ନାଥ ଘେନ ପ୍ରଣିପାତ
ଆହେ ଜଗନ୍ନାଥ ଘେନ ପ୍ରଣିପାତ
ଖୋଲିଦିଅ ଦିବ୍ୟ ନୟନ

ଆହେ ପରଂବ୍ରହ୍ମ, ହେ ପୁରୁଷୋତ୍ତମ
କୃତାଞ୍ଜଳି ଫୁଟେ ପ୍ରଣାମ
ତୁମେ ନିରାକାର, ତୁମେ ଯେ ସାକାର
ସୃଷ୍ଟି ଗାଉଛି ତୁମରି ବନ୍ଦନା
ସକଳ ଘଟରେ ତୁମେ ନାରାୟଣ
ପ୍ରତିଟି ଅନ୍ତରେ ତୁମ ଅରଚନା

ସାରା ବିଶ୍ୱ ହେଉ ଜଗନ୍ନାଥମୟ
ସାରା ବିଶ୍ୱ ହେଉ ଜଗନ୍ନାଥମୟ
ଶ୍ରୀପାଦେ ଏତିକି ନିବେଦନ

ଆହେ ପରଂବ୍ରହ୍ମ, ହେ ପୁରୁଷୋତ୍ତମ
କୃତାଞ୍ଜଳି ଫୁଟେ ପ୍ରଣାମ
ଆହେ ପରଂବ୍ରହ୍ମ, ହେ ପୁରୁଷୋତ୍ତମ
କୃତାଞ୍ଜଳି ଫୁଟେ ପ୍ରଣାମ

ଆରତ ନାଶନ, ଗରବ ଗଞ୍ଜନ
ଆରତ ନାଶନ, ଗରବ ଗଞ୍ଜନ
ଶ୍ରୀଚରଣେ ମାଗେ ଶରଣ

ଆହେ ପରଂବ୍ରହ୍ମ, ହେ ପୁରୁଷୋତ୍ତମ
କୃତାଞ୍ଜଳି ଫୁଟେ ପ୍ରଣାମ
ଆହେ ପରଂବ୍ରହ୍ମ, ହେ ପୁରୁଷୋତ୍ତମ
କୃତାଞ୍ଜଳି ଫୁଟେ ପ୍ରଣାମ



Credits
Writer(s): Prafulla Kar, Sibu Sibu
Lyrics powered by www.musixmatch.com

Link