Kholo Go Kabata Khole

ଖୋଲ ଗୋ କବାଟ ଖୋଲ
ଖୋଲ ଗୋ କବାଟ ଖୋଲ
ମାହାରୀ ଲୋ, ଉଛୁର ହେଲାଣି ବେଳ

ଖୋଲ ଗୋ କବାଟ ଖୋଲ
ଖୋଲ ଗୋ କବାଟ ଖୋଲ
ମାହାରୀ ଲୋ, ଉଛୁର ହେଲାଣି ବେଳ

କାଳିଆ ରଜା ମା ଲକ୍ଷ୍ମୀଙ୍କ ଲାଗି
ଆଣିଛନ୍ତି ଶାଢ଼ୀ ବାହୁଟି ଚୁଡ଼ି
କାନକୁ ହୀରା-ଫୁଲ

ମାହାରୀ ଲୋ, ତୋ ପାଇଁ ରୂପା-ପାହୁଡ଼

ଖୋଲ ଗୋ କବାଟ ଖୋଲ
ଖୋଲ ଗୋ କବାଟ ଖୋଲ
ମାହାରୀ ଲୋ, ଉଛୁର ହେଲାଣି ବେଳ

ହେରା ପଞ୍ଚମୀରେ ଛାମୁ ତ ଜାଣିଲେ
ଲକ୍ଷ୍ମୀ ଋଷିଛନ୍ତି ବୋଲି
ଫେରିବାକୁ ବେଗି ସଜ ହେଉ-ହେଉ
ଚାରିଦିନ ଗଲା ଚାଲି

ହେରା ପଞ୍ଚମୀରେ ଛାମୁ ତ ଜାଣିଲେ
ଲକ୍ଷ୍ମୀ ଋଷିଛନ୍ତି ବୋଲି
ଫେରିବାକୁ ବେଗି ସଜ ହେଉ-ହେଉ
ଚାରିଦିନ ଗଲା ଚାଲି

କି ଦିନ, କି ରାତି, ସାହାଣ ମେଲା
ନଅ ଦିନ ଧରି ଲାଗି ତ ଥିଲା
ଭକତଙ୍କ ଗହଳ

ମାହାରୀ ଲୋ, ଅଣ୍ଟିଲା ନାହିଁ ଟି ବେଳ

ଖୋଲ ଗୋ କବାଟ ଖୋଲ
ଖୋଲ ଗୋ କବାଟ ଖୋଲ
ମାହାରୀ ଲୋ, ଉଛୁର ହେଲାଣି ବେଳ

ନାଚି-ନାଚି ସେ ତ ଭକତ ସାଙ୍ଗରେ
ପରାସ ଶ୍ରୀଅଙ୍ଗ ସାରା
ଘଷା-ମୋଡା ଖାଇ ରତନ ପଲଙ୍କେ
ପୋହୁଡ଼ ହୋଇବେ ପରା

ନାଚି-ନାଚି ସେ ତ ଭକତ ସାଙ୍ଗରେ
ପରାସ ଶ୍ରୀଅଙ୍ଗ ସାରା
ଘଷା-ମୋଡା ଖାଇ ରତନ ପଲଙ୍କେ
ପହୁଡ଼ ହୋଇବେ ପରା

ମଧୁର ବଚନେ ମନ ମନାଇ
ଲକ୍ଷ୍ମନାରାୟଣ ଦେ ମିଶାଇ
ଜଣା ତତେ ଏ ଖେଳ

ମାହାରୀ ଲୋ, ପାଇବୁ ତୋହରି ମୁଲ

ଖୋଲ ଗୋ କବାଟ ଖୋଲ
ଖୋଲ ଗୋ କବାଟ ଖୋଲ
ମାହାରୀ ଲୋ, ଉଛୁର ହେଲାଣି ବେଳ

ଖୋଲ ଗୋ କବାଟ ଖୋଲ
ଖୋଲ ଗୋ କବାଟ ଖୋଲ
ମାହାରୀ ଲୋ, ଉଛୁର ହେଲାଣି ବେଳ

କାଳିଆ ରଜା ମା ଲକ୍ଷ୍ମୀଙ୍କ ଲାଗି
ଆଣିଛନ୍ତି ଶାଢ଼ୀ ବାହୁଟି ଚୁଡ଼ି
କାନକୁ ହୀରା-ଫୁଲ

ମାହାରୀ ଲୋ, ତୋ ପାଇଁ ରୂପା-ପାହୁଡ଼

ଖୋଲ ଗୋ କବାଟ ଖୋଲ
ଖୋଲ ଗୋ କବାଟ ଖୋଲ
ମାହାରୀ ଲୋ, ଉଛୁର ହେଲାଣି ବେଳ

ଖୋଲ ଗୋ କବାଟ ଖୋଲ
ଖୋଲ ଗୋ କବାଟ ଖୋଲ
ମାହାରୀ ଲୋ, ଉଛୁର ହେଲାଣି ବେଳ
ମାହାରୀ ଲୋ, ଉଛୁର ହେଲାଣି ବେଳ
ମାହାରୀ ଲୋ, ଉଛୁର ହେଲାଣି ବେଳ



Credits
Writer(s): Prafulla Kar, Sibu Sibu
Lyrics powered by www.musixmatch.com

Link