Ghara Kama Etiki Thau

ଘର କାମ ଏତିକି ଥାଉ ଯାଉଛି ମୁଁ ଆଜି ପୁରୀ
ଘର କାମ ଏତିକି ଥାଉ ଯାଉଛି ମୁଁ ଆଜି ପୁରୀ

ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି

ଘର କାମ ଏତିକି ଥାଉ ଯାଉଛି ମୁଁ ଆଜି ପୁରୀ
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି

ସପନେ ଦେଖୁଛି କାଳିଆକୁ ଖାଲି, ସକାଳୁ ସକାଳୁ ମନେପଡେ ଖାଲି
ମନ ହୁଏ ତାକୁ ଝୁରି

ଘର କାମ ଏତିକି ଥାଉ
ଘର କାମ ଏତିକି ଥାଉ ଯାଉଛି ମୁଁ ଆଜି ପୁରୀ
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି

ହାଏ ସେ ନୀଳମଣି, ମତେ ତ କଲା ଗୁଣୀ
ଘରେ କି ବାହାରେ ଲାଗୁନି ମନ
ମତେ ତ କାଲିଠାରୁ, ତା ନାମ ଧରୁ-ଧରୁ
ତୁଳସୀ, ତୁଳସୀ ବାସେ ପବନ

ବଡ଼ଦେଉଳରେ ସିଏ ପରା ରାଜା
ନଡ଼ିଆ ଦେବି ନା ନେବି ଖୁଦଭଜା
ଭାବି-ଭାବି ହୁଏ ଡେରି

ଘର କାମ ଏତିକି ଥାଉ
ଘର କାମ ଏତିକି ଥାଉ ଯାଉଛି ମୁଁ ଆଜି ପୁରୀ
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି

ନୁହେଁ ମୁଁ ମୀରାବାଇ, ନୁହେଁ ମୁଁ ଗୋପରାଇ
ହେଲେ ସେ କାଳିଆ କଳା କହ୍ନେଇ
ତା ପ୍ରେମେ ହେଇ ବାଇ, ଗୋପୀ ତା ଭାବ ନେଇ
ହେଲି ମୁଁ ପାଗିଳି ଆଜି ତା ପାଇଁ

ଡାକିଲାଣି ମତେ ତା ପାଟ ଅଗଣା
ତୁଳସୀ ନେବି କି ନେବି ମୁଁ ଦୟଣା
ନେବି କି ଚନ୍ଦନ ଭୋରି

ଘର କାମ ଏତିକି ଥାଉ
ଘର କାମ ଏତିକି ଥାଉ ଯାଉଛି ମୁଁ ଆଜି ପୁରୀ
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି
ଲାଗିଲା ଲୋ ଲାଗିଲା, ମତେ ଲାଗିଲା କାଳିଆ ଡୋରି



Credits
Writer(s): Arun Kumar Mantri, Krushna Chandra Sabat
Lyrics powered by www.musixmatch.com

Link