Tate Bainshibala Ta Kala Bayani

ତୋତେ ବଇଁଶୀ ବାଳ ତ କଲା ବାୟାଣୀ, ରାଧିକା ରାଣୀ
ତୋତେ ପିଆଇ ଦେଲା କି ମନ୍ତୁରା ପାଣି, ରାଧିକା ରାଣୀ

ସେ ତ କାଳିଆ କେଳା ତୁ ନାଗୁଣୀ
ପଦ୍ମତୋଳା ତା ବଇଁଶୀ ହେଲାଣି
ସେ ତ କାଳିଆ କେଳା ତୁ ନାଗୁଣୀ
ପଦ୍ମତୋଳା ତା ବଇଁଶୀ ହେଲାଣି
ସେଇ ବଇଁଶୀ ବଜେଇ ନଉଛି ଟାଣି, ରଧିକା ରାଣୀ

ତୋତେ ବଇଁଶୀ ବାଲା ତ କଲା ବାୟାଣୀ, ରାଧିକା ରାଣୀ
ତୋତେ ପିଆଇ ଦେଲା କି ମନ୍ତୁରା ପାଣି, ରାଧିକା ରାଣୀ

ଦିନରାତି ତୋତେ କଲା ଉଚାଟ
ତା ଲାଗି ଯାଉଲୋ ଯମୁନା ଘାଟ
ଯମୁନା ଘାଟ ରେ କଳସୀ ଥୋଇ
କାହ୍ନୁ ସାଥେ ନାଚୁ କୁଞ୍ଜ ରେ ଯାଇ

ଜାଣି-ଜାଣି ତୁ କି ବୁଦ୍ଧି କଲୁ ଲୋ
କୁଳ ନାରୀ ତୁ କୁଲତା ହେଲୁ
ଜାଣି-ଜାଣି ତୁ କି ବୁଦ୍ଧି କଲୁ ଲୋ
କୁଳ ନାରୀ ତୁ କୁଲତା ହେଲୁ
କଳା କାହ୍ନୁ କଲୁଣି ତୋ ମଥା ମଣି, ରାଧିକା ରାଣୀ

ତୋତେ ବଇଁଶୀ ବାଲା ତ କଲା ବାୟାଣୀ, ରାଧିକା ରାଣୀ
ତୋତେ ପିଆଇ ଦେଲା କି ମନ୍ତୁରା ପାଣି, ରାଧିକା ରାଣୀ

ଦେଖିଛୁ ସିନା ସେଇ କହ୍ନେଇ ନାଟ
ଦେଖିନାହୁଁ ତାର ଛନ୍ଦ କପଟ
ବଡ଼ ଦଗାଦିଆ ମୁରଲୀଫୁଙ୍କା
ବ୍ରଜରସିକ ସେ ପୀରତି ରଙ୍କା

ହଟନାଗର ସେ ନଟବର ଲୋ
ତାକୁ କରିଲୁ ଗଳା ର ହାର
ହଟନାଗର ସେ ନଟବର ଲୋ
ତାକୁ କରିଲୁ ଗଳା ର ହାର
ତୋର ଲୁହରେ ଭିଯିବ ପାଟ ଓଢ଼ଣୀ, ରାଧିକା ରାଣୀ

ତୋତେ ବଇଁଶୀ ବାଲା ତ କଲା ବାୟାଣୀ, ରାଧିକା ରାଣୀ
ତୋତେ ପିଆଇ ଦେଲା କି ମନ୍ତୁରା ପାଣି, ରାଧିକା ରାଣୀ

ସେ ତ କାଳିଆ କେଳା ତୁ ନାଗୁଣୀ
ପଦ୍ମତୋଳା ତା ବଇଁଶୀ ହେଲାଣି
ସେ ତ କାଳିଆ କେଳା ତୁ ନାଗୁଣୀ
ପଦ୍ମତୋଳା ତା ବଇଁଶୀ ହେଲାଣି
ସେଇ ବଇଁଶୀ ବଜେଇ ନଉଛି ଟାଣି, ରାଧିକା ରାଣୀ

ତୋତେ ବଇଁଶୀ ବାଲା ତ କଲା ବାୟାଣୀ
ତୋତେ ପିଆଇ ଦେଲା କି ମନ୍ତୁରା ପାଣି
ତୋତେ ବଇଁଶୀ ବାଲା ତ କଲା ବାୟାଣୀ



Credits
Writer(s): Bipin Barik
Lyrics powered by www.musixmatch.com

Link