E Rati Maharatri

ଏ ରାତ୍ରି ମହାରାତ୍ରି
ଏ ରାତ୍ରି ଶିବରାତ୍ରି
ଏ ରାତ୍ରି ଦ୍ଵୀପରାତ୍ରି
ଏ ରାତ୍ରି ପୁଣ୍ୟରାତ୍ରି

ଓଁ ନମଃ ଶିବାୟ
ଓଁ ନମଃ ଶିବାୟ

(ଏ ରାତ୍ରି ମହାରାତ୍ରି)
(ଏ ରାତ୍ରି ଶିବରାତ୍ରି)
(ଏ ରାତ୍ରି ଦ୍ଵୀପରାତ୍ରି)
(ଏ ରାତ୍ରି ପୁଣ୍ୟରାତ୍ରି)

(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)

ଆଜି ରାତିରେ ପାଇବୁ ଯେତିକି ପୁଣ୍ୟ
ମିଳେନାହିଁ ଶହେଯୁଗ କରିଲେ ତପ
ଆଜି ଏ ହାତ ଜଳଉ ଶହେଆଠ ଦୀପ
ପବିତ୍ର ହଉ ଏ ଆତ୍ମା ଲିଭିଯାଉ ପାପ

ଆଜି ଜାଗର, ଜାଗର, ମହାଜାଗର

ଆଜି ପୁଣ୍ୟମୟ ଶିବରାତ୍ରି
ଆଜି ପୁଣ୍ୟମୟ ଶିବରାତ୍ରି
(ଆଜି ପୁଣ୍ୟମୟ ଶିବରାତ୍ରି)
(ଆଜି ପୁଣ୍ୟମୟ ଶିବରାତ୍ରି)

ଦୀପ ତୁ ଜାଳୁଛୁ ବରଷକ ସାରା
ଆଜି ରାତି ଦୀପ ପରା
ସବୁଠୁ ଅଲଗା, ସବୁଠୁ ନିଆରା

ବେଲପତ୍ର ଦଉ ସବୁ ସୋମବାର
ଆଜି ରାତ୍ରି ଶାଖା ପରା
ସବୁଠୁ ଅଲଗା, ସବୁଠୁ ନିଆରା

ଏ ଓଠରୁ ଝରିଯାଉ
ଶହେଆଠ ଜପ
ଧର୍ମରେ ଚାଲୁ ଏ ସଂସାର
ସରିଯାଉ ଦୁଃଖ

ଆଜି ଜାଗର, ଜାଗର, ମହାଜାଗର

ଆଜି ଶିବମୟ ଶିବରାତ୍ରି
ଆଜି ଶିବମୟ ଶିବରାତ୍ରି
(ଆଜି ଶିବମୟ ଶିବରାତ୍ରି)
(ଆଜି ଶିବମୟ ଶିବରାତ୍ରି)

ଏ ଦୀପଶିଖାରେ ଶିବଙ୍କ ସ୍ୱରୂପ
କେତେବେଳେ ଦିଶିଯିବ
ଜଗିଥା ଦୀପକୁ ପୁଣ୍ୟଲୋ ମିଳିବ

ନିର୍ଜଳ ଉପାସ କରିଥିବୁ ଯଦି
ପାଇଯିବୁ ପାଦ ପାଣି
ମନର କାମନା ପୂର୍ଣ୍ଣଲୋ ହୋଇବ

ଶିବ ପଞ୍ଚାକ୍ଷର ଗାଇ
ମିଳୁ ଶିବସୁଖ
ଏ ଆଖି ପବିତ୍ର ହେଉ
ଦେଖି ମହାଦୀପ

ଆଜି ଜାଗର, ଜାଗର, ମହାଜାଗର

(ଆଜି ଦୀପମୟ ଶିବରାତ୍ରି)
(ଆଜି ଦୀପମୟ ଶିବରାତ୍ରି)
(ଆଜି ପୁଣ୍ୟମୟ ଶିବରାତ୍ରି)
(ଆଜି ଶିବମୟ ଶିବରାତ୍ରି)



Credits
Writer(s): Bipin Barik
Lyrics powered by www.musixmatch.com

Link