Tuma Aage Bhakatire Jodili Hata

ତୁମ ଆଗେ ଭକତିରେ ଯୋଡିଲି ହାତ
ପୁଣ୍ୟବତୀ କର ମତେ ହେ ଲୋକନାଥ
ଅଜାଣତେ କରିଛି ମୁଁ ପାପ ବହୁତ
ପୁଣ୍ୟବତୀ କର ମତେ ହେ ଲୋକନାଥ

ମୁଁ ପାତକି
ପଙ୍କଉଦ୍ଧାର ହେ ତିଥି ଏକାଦଶୀ
ତୁମ ଶରଣରେ ପଶିଲି ମୁଁ ଆସି

ମୋତେ ତ ଉଦ୍ଧାର କର
ହେ ଲୋକନାଥ

ତୁମ ଆଗେ ଭକତିରେ ଯୋଡିଲି ହାତ
ପୁଣ୍ୟବତୀ କର ମତେ ହେ ଲୋକନାଥ
ପୁଣ୍ୟବତୀ କର ମତେ ହେ ଲୋକନାଥ

ବରଷକେ ଥରେ ତୁମ ଗର୍ଭଗୃହ
ପଙ୍କଜେ ଉଛୁଳା ହୁଏ
ତୁମ ବିନା ମୋର
ପାପର ପଙ୍କକୁ
ଉଛାଳି ପାରିବ କିଏ

ମୁଁ ପାତକି
ଜୀବନଟା ସାରା ବୁଡ଼ିଲି ପାପରେ
ଭରସା କେବଳ ତୁମରି ଉପରେ

ମୋତେ ତ ଉଦ୍ଧାର କର
ହେ ଲୋକନାଥ

ତୁମ ଆଗେ ଭକତିରେ ଯୋଡିଲି ହାତ
ପୁଣ୍ୟବତୀ କର ମତେ ହେ ଲୋକନାଥ
ପୁଣ୍ୟବତୀ କର ମତେ ହେ ଲୋକନାଥ

ବରଷକେ ଥରେ ଦିଶିଯାଅ ତୁମେ
ଦର୍ଶନେ ଜୀବନ ଧନ୍ୟ
ସେଇ ଦର୍ଶନର ଭାଗ୍ୟ ଦିଅ ମତେ
ଚାହେଁନା ଧନ କି ଜନ

ମୁଁ ପାତକି
ତୁମ ଗର୍ଭଗୃହ ନୂଆଝର ପରି
ପୁଣ୍ୟଝର ଯାଉ ମୋ ଜୀବନେ ଝରି

ମୋତେ ତ ଉଦ୍ଧାର କର
ହେ ଲୋକନାଥ

ତୁମ ଆଗେ ଭକତିରେ ଯୋଡିଲି ହାତ
ପୁଣ୍ୟବତୀ କର ମତେ ହେ ଲୋକନାଥ
ଅଜାଣତେ କରିଛି ମୁଁ ପାପ ବହୁତ
ପୁଣ୍ୟବତୀ କର ମତେ ହେ ଲୋକନାଥ
ହେ ଲୋକନାଥ
ହେ ଲୋକନାଥ



Credits
Writer(s): Prem Anand
Lyrics powered by www.musixmatch.com

Link