Pahili Barasa Jhadi

ପହିଲି ବରଷା-ଝଡ଼ି ହୋ
ଆରେ, ପହିଲି ବରଷା-ଝଡ଼ି
ଚଷାପୁଅ ମନ ଯାଉଛି ଗଡ଼ି
ଚଷାପୁଅ ମନ ଯାଉଛି ଗଡ଼ି
ଏଣେ କସରା, ଧୁସୁରା ଦେଲେଣି ରଡ଼ି ହୋ
ଏଣେ କସରା, ଧୁସୁରା ଦେଲେଣି ରଡ଼ି

ହାତରେ ଧରିଛି ବାଡ଼ି, ମୁଣ୍ଡରେ ପିନ୍ଧି ପଗଡ଼ି
ହାତରେ ଧରିଛି ବାଡ଼ି, ମୁଣ୍ଡରେ ପିନ୍ଧି ପଗଡ଼ି

ଦେଖ ବେଳ ଉଣ୍ଡେ ସେ ଯେ ଘଡ଼ିକୁ ଘଡ଼ି, ଘଡ଼ିକୁ ଘଡ଼ି, ଘଡ଼ିକୁ ଘଡ଼ି ଯେ

ଅଖିମୁଠି ହାତେ ଧରି ଲଙ୍ଗଳ ନିଏ ସଜାଡ଼ି
ଅଖିମୁଠି ହାତେ ଧରି ଲଙ୍ଗଳ ନିଏ ସଜାଡ଼ି

ଏଣେ କସରାକୁ ଭାଇ ଧୁସୁରା ଯୋଡ଼ି, ଧୁସୁରା ଯୋଡ଼ି, ଧୁସୁରା ଯୋଡ଼ି ଯେ

ହାତରେ ଧରିଛି ବାଡ଼ି, ମୁଣ୍ଡରେ ପିନ୍ଧି ପଗଡ଼ି

ସହି ପାରେନାହିଁ ପାଗ ବଦଳୁଛି
ଭଦେଇ ପବନ ଆଗକୁ ଠେଲୁଛି
ମନର କିଆରୀ ସଜାଡୁଛି ହଳି
ଭଲକରି ଚାଷ କରେ ବନମାଳୀ

ସହି ପାରେନାହିଁ ପାଗ ବଦଳୁଛି
ଭଦେଇ ପବନ ଆଗକୁ ଠେଲୁଛି
ମନର କିଆରୀ ସଜାଡୁଛି ହଳି
ଭଲକରି ଚାଷ କରେ ବନମାଳୀ

ଆରେ, ଲକ୍ଷ୍ମୀ ମାଆ ନାମ ଧରି ରହିଛି ଭରସା କରି
ଲକ୍ଷ୍ମୀ ମାଆ ନାମ ଧରି ରହିଛି ଭରସା କରି

ଆରେ, ମାଆ ଦେବ ଆମ ଥାଳ ଓଜାଡ଼ି, ଥାଳ ଓଜାଡ଼ି, ଥାଳ ଓଜାଡ଼ି ଯେ

ହାତରେ ଧରିଛି ବାଡ଼ି, ମୁଣ୍ଡରେ ପିନ୍ଧି ପଗଡ଼ି

ବିବେକ ହଳିଆ କହୁଛି କାଳିଆ
ଭକତି ଚାଉଳେ ଦେବି ମୁଁ କୁଡୁଆ
କସରା ତୁ ଜୀବ ଧୁସୁରା ପରମ
ଏ ଜୀବନେ ମୋର ତୁ ଏକା ଧରମ

ବିବେକ ହଳିଆ କହୁଛି କାଳିଆ
ଭକତି ଚାଉଳେ ଦେବି ମୁଁ କୁଡୁଆ
କସରା ତୁ ଜୀବ ଧୁସୁରା ପରମ
ଏ ଜୀବନେ ମୋର ତୁ ଏକା ଧରମ

ତୁହି ରେ ସାରଙ୍ଗ ପାଣି, କହିଲି ମୋର କାହାଣୀ
ତୁହି ରେ ସାରଙ୍ଗ ପାଣି, କହିଲି ମୋର କାହାଣୀ

ଆରେ କରନା ତୁ ଆଉ ମତେ ଅଗାଡ଼ି, ମତେ ଅଗାଡ଼ି, ମତେ ଅଗାଡ଼ି ଯେ

ହାତରେ ଧରିଛି ବାଡ଼ି, ମୁଣ୍ଡରେ ପିନ୍ଧି ପଗଡ଼ି
ହାତରେ ଧରିଛି ବାଡ଼ି, ମୁଣ୍ଡରେ ପିନ୍ଧି ପଗଡ଼ି

ଦେଖ ବେଳ ଉଣ୍ଡେ ସେ ଯେ ଘଡ଼ିକୁ ଘଡ଼ି, ଘଡ଼ିକୁ ଘଡ଼ି, ଘଡ଼ିକୁ ଘଡ଼ି ଯେ

ଅଖିମୁଠି ହାତେ ଧରି ଲଙ୍ଗଳ ନିଏ ସଜାଡ଼ି
ଅଖିମୁଠି ହାତେ ଧରି ଲଙ୍ଗଳ ନିଏ ସଜାଡ଼ି

ଏଣେ କସରା କୁ ଭାଇ ଧୁସୁରା ଯୋଡ଼ି, ଧୁସୁରା ଯୋଡ଼ି, ଧୁସୁରା ଯୋଡ଼ି ଯେ

ହାତରେ ଧରିଛି ବାଡ଼ି, ମୁଣ୍ଡରେ ପିନ୍ଧି ପଗଡ଼ି
ହାତରେ ଧରିଛି ବାଡ଼ି, ମୁଣ୍ଡରେ ପିନ୍ଧି ପଗଡ଼ି
ହାତରେ ଧରିଛି ବାଡ଼ି, ମୁଣ୍ଡରେ ପିନ୍ଧି ପଗଡ଼ି



Credits
Writer(s): Swami Arup Nanda, Sanjay
Lyrics powered by www.musixmatch.com

Link