Aaji Puri Re Abhada

ଆଜି ପୁରୀରେ ଅବଢ଼ା ଖାଇବା, ଭାତ ରାନ୍ଧେନାହିଁ
ସେଠି ଅବଢ଼ା ତୋରାଣି ପିଇବା, ଚୁଡ଼ା ବାନ୍ଧେନାହିଁ
ଆଜି ପୁରୀରେ ଅବଢ଼ା ଖାଇବା, ଭାତ ରାନ୍ଧେନାହିଁ
ସେଠି ଅବଢ଼ା ତୋରାଣି ପିଇବା, ଚୁଡ଼ା ବାନ୍ଧେନାହିଁ

ଦୁହେଁ ବଡ଼ଦାଣ୍ଡେ ଆଜି ଚାଲିବା
ସଂଜେ ଦରିଆ କୂଳରେ ବୁଲିବା
ଦୁହେଁ ବଡ଼ଦାଣ୍ଡେ ଆଜି ଚାଲିବା
ସଂଜେ ଦରିଆ କୂଳରେ ବୁଲିବା

ରାତିରେ ବାଇଶି ପାହାଚେ ଗଡ଼ିବା, ଜମା କାନ୍ଦେନାହିଁ
ଆଜି ପୁରୀରେ ଅବଢ଼ା ଖାଇବା, ଭାତ ରାନ୍ଧେନାହିଁ

କେତେ ଜନମର ପୁଣ୍ୟବଳେ ଆଜି ଲାଗିଛି କାଳିଆ ଡୋରି
ଦେଖିଦେଲେ ଥରେ କଳା ବଦନକୁ ଭବୁ ହୋଇଯିବା ପାରି
କେତେ ଜନମର ପୁଣ୍ୟବଳେ ଆଜି ଲାଗିଛି କାଳିଆ ଡୋରି
ଦେଖିଦେଲେ ଥରେ କଳା ବଦନକୁ ଭବୁ ହୋଇଯିବା ପାରି

ତାର ଗରୁଡ଼-ଖୁମ୍ବକୁ ଛୁଇଁବା
ଡୋରି କଳପ ବଟରେ ବାନ୍ଧିବା
ତାର ଗରୁଡ଼-ଖୁମ୍ବକୁ ଛୁଇଁବା
ଡୋରି କଳପ ବଟରେ ବାନ୍ଧିବା

ଜଗା ଧଣ୍ଡା ପଣ୍ଡା ହାତୁ ପାଇବା, ଆଉ ରାଗେନାହିଁ
ଆଜି ପୁରୀରେ ଅବଢ଼ା ଖାଇବା, ଭାତ ରାନ୍ଧେନାହିଁ

ରତନ ବେଦିରେ ଚକାଆଖି ମେଲି ବସିଛି କଳା-ଗୋସାଇଁ
ପାପ ନେଇ ପୁଣ୍ୟ ଯାଚିଦବ ସିଏ, ତା ପରି କେହି ତ ନାହିଁ
ରତନ ବେଦିରେ ଚକାଆଖି ମେଲି ବସିଛି କଳା-ଗୋସାଇଁ
ପାପ ନେଇ ପୁଣ୍ୟ ଯାଚିଦବ ସିଏ, ତା ପରି କେହି ତ ନାହିଁ

ତାର ପାଖେ ଘିଅ ଦ୍ଵୀପ ଜାଳିବା
ପାଦତଳେ ତାର ଆମେ ପଡ଼ିବା
ତାର ପାଖେ ଘିଅ ଦ୍ଵୀପ ଜାଳିବା
ପାଦତଳେ ତାର ଆମେ ପଡ଼ିବା

ନର ଜନ୍ମରୁ ମୁକତି ପାଇବା, ଆଉ ଋଷ ନାହିଁ
ଆଜି ପୁରୀରେ ଅବଢ଼ା ଖାଇବା, ଭାତ ରାନ୍ଧେନାହିଁ
ସେଠି ଅବଢ଼ା ତୋରାଣି ପିଇବା, ଚୁଡ଼ା ବାନ୍ଧେନାହିଁ

ଦୁହେଁ ବଡ଼ଦାଣ୍ଡେ ଆଜି ଚାଲିବା
ସଂଜେ ଦରିଆ କୂଳରେ ବୁଲିବା
ଦୁହେଁ ବଡ଼ଦାଣ୍ଡେ ଆଜି ଚାଲିବା
ସଂଜେ ଦରିଆ କୂଳରେ ବୁଲିବା

ରାତିରେ ବାଇଶି ପାହାଚେ ଗଡ଼ିବା, ଜମା କାନ୍ଦେନାହିଁ
ଆଜି ପୁରୀରେ ଅବଢ଼ା ଖାଇବା, ଭାତ ରାନ୍ଧେନାହିଁ

ସେଠି ଅବଢ଼ା ତୋରାଣି ପିଇବା, ଚୁଡ଼ା ବାନ୍ଧେନାହିଁ
ରାତିରେ ବାଇଶି ପାହାଚେ ଗଡ଼ିବା, ଜମା କାନ୍ଦେନାହିଁ
ନର ଜନ୍ମରୁ ମୁକତି ପାଇବା, ଆଉ ଋଷ ନାହିଁ



Credits
Writer(s): Sanjay, Dillip Jena
Lyrics powered by www.musixmatch.com

Link