Mu Tate Chhadi

ମୁଁ ତତେ ଛାଡ଼ି କୁଆଡେ ଯିବି ଲୋ ପ୍ରିୟା?
ମୋ ପ୍ରିୟା
ମୁଁ ତତେ ଛାଡ଼ି, କୁଆଡେ ଯିବି ଲୋ ପ୍ରିୟା?
ମୋ ପ୍ରିୟା

ସପନ ହୋଇ ତୋ ଆଖିରେ, ରହିଛି ରହିବି ସାଥିରେ
ଡାକିଲେ ଆସିବି ମୁଁ ଡେଇଁ, ସାତ ଦରିଆ

ମୋ ପ୍ରିୟା, ମୋ ପ୍ରିୟା

ଫୁଲ ହେଇ ଫୁଟିବି ମୁଁ, ସବୁଦିନ ବଗିଚାରେ
ସାଜିବା ପାଇଁ ତୋ ଗଭାରେ
ମେଘ ହେଇ ଆସୁଥିବି, ଛାୟା ତତେ ଦେଉଥିବି
ବାଜିବନି ଖରା ଦେହରେ

ଏତେ ପ୍ରେମ ଦେବି ମୁଁ ତତେ
ମୋ ପାଖକୁ ଥରେ ଆ

ସପନ ହୋଇ ତୋ ଆଖିରେ, ରହିଛି ରହିବି ସାଥିରେ
ଡାକିଲେ ଆସିବି ମୁଁ ଡେଇଁ, ସାତ ଦରିଆ

ମୋ ପ୍ରିୟା, ମୋ ପ୍ରିୟା

ଝିଲିମିଲି ଲୁହ ତୋର, ଭିଜିଯାଏ ଆଖି ମୋର
ଯେମିତି ମେଘରେ ଆକାଶ
ପବନର ରୂପ ନେଇ, ଯାଉଥିବି ତତେ ଛୁଇଁ
ରଖିଥା ଏତିକି ବିଶ୍ୱାସ

ପାଖେ-ପାଖେ ରହିଛି ତୋର, ଏଇ ପରଦେଶିଆ

ମୁଁ ତତେ ଛାଡ଼ି କୁଆଡେ ଯିବି? (କୁଆଡେ ଯିବି? କୁଆଡେ ଯିବି?)

ହୋ, ଓ ପ୍ରିୟା, ଓ ପ୍ରିୟା, ପ୍ରିୟା
ଓ ପ୍ରିୟା

ସପନ ହୋଇ ତୋ ଆଖିରେ, ରହିଛି ରହିବି ସାଥିରେ
ଡାକିଲେ ଆସିବି ମୁଁ ଡେଇଁ ସାତ ଦରିଆ

ମୋ ପ୍ରିୟା, ମୋ ପ୍ରିୟା
ମୋ ପ୍ରିୟା, ମୋ ପ୍ରିୟା
ମୋ ପ୍ରିୟା, ମୋ ପ୍ରିୟା



Credits
Writer(s): Abhijit Majumdar, Nizam
Lyrics powered by www.musixmatch.com

Link