Satyajuge Parsurama

ସତ୍ୟଯୁଗେ ପର୍ଶୁରାମ ଜାତିରେ ବ୍ରାହ୍ମଣ
ତ୍ରେତୟାରେ ରାମଚନ୍ଦ୍ର ଜାତିରେ କ୍ଷେତ୍ରିୟ
ଦ୍ଵାପରରେ କୃଷ୍ଣ ହେଲେ ଜାତିରେ ଗଉଡ଼
କଳିଯୁଗେ ଜଗନ୍ନାଥ ଜାତିରେ କ'ଣ?

ଏଇଠି ପଡ଼ିଗଲା ଗଣ୍ଠି ହୋ ଭଗତେ, ଏଇଠି ପଡ଼ିଗଲା ଗଣ୍ଠି
ଜଗନ୍ନାଥ କେଉଁ ଜାତି ହୋ ଭଗତେ? ଏଇଠି ପଡ଼ିଗଲା ଗଣ୍ଠି

ବଡ଼ଦେଉଳ ଛାଡ଼ି ଗଲେ ଯେ ମହାଦେଇ
ଭିକ୍ଷା ମାଗିଲେ ପ୍ରଭୁ ବ୍ରାହ୍ମଣ ବେଶ ହୋଇ

କ୍ଷତ୍ରିୟ ବେଶ ହୋଇ କାଞ୍ଚିରେ ଯୁଦ୍ଧ କଲେ
ଗଉଡ଼ ପୁଅ ବୋଲି ଦହି ସେ ପିଇଥିଲେ
କ୍ଷତ୍ରିୟ ବେଶ ହୋଇ କାଞ୍ଚିରେ ଯୁଦ୍ଧ କଲେ
ଗଉଡ଼ ପୁଅ ବୋଲି ଦହି ସେ ପିଇଥିଲେ

ଭାଇ ହାତେ ଲଙ୍ଗଳ ସେ କିବା ଚାଷୀ ହେଲେ

ଏଇଠି ପଡ଼ିଗଲା ଗଣ୍ଠି ହୋ ଭଗତେ, ଏଇଠି ପଡ଼ିଗଲା ଗଣ୍ଠି
ଜଗନ୍ନାଥ କେଉଁ ଜାତି ହୋ ଭଗତେ? ଏଇଠି ପଡ଼ିଗଲା ଗଣ୍ଠି

କାଳିଆ ଲୀଳା ଏଇ ପୁରୀରେ ଜାତି ନାହିଁ
ଚାରି ଦୁଆର ଖୋଲା ସକଳ ଜାତି ପାଇଁ

ମିଶନ୍ତି ସବୁ ଜାତି, ଟାଣନ୍ତି ରଥ ଯାଇ
ଅବଢ଼ା ହାଟେ ବସି ଖାଆନ୍ତି ସାଥି ହୋଇ
ମିଶନ୍ତି ସବୁ ଜାତି, ଟାଣନ୍ତି ରଥ ଯାଇ
ଅବଢ଼ା ହାଟେ ବସି ଖାଆନ୍ତି ସାଥି ହୋଇ

ସବୁ ଜାତି, ଧର୍ମକୁ ଶ୍ରୀଅଙ୍ଗେ ଅଛି ବୋହି

ଏଇଠି ଖୋଲିଗଲା ଗଣ୍ଠି ହୋ ଭଗତେ, ଜଗନ୍ନାଥେ ସର୍ବଜାତି
ଏଇଠି ଖୋଲିଗଲା ଗଣ୍ଠି ହୋ ଭଗତେ, ଜଗନ୍ନାଥେ ସର୍ବଜାତି
ଏଇଠି ଖୋଲିଗଲା ଗଣ୍ଠି ହୋ ଭଗତେ, ଜଗନ୍ନାଥେ ସର୍ବଜାତି
ଜଗନ୍ନାଥେ ସର୍ବଜାତି ହୋ ଭଗତେ, ଜଗନ୍ନାଥେ ସର୍ବଜାତି



Credits
Writer(s): Amrendra Mohanty, Alekh Bishwal
Lyrics powered by www.musixmatch.com

Link