Bara Duara Buli Buli

(ବାବୁ, ଭିକ ଗଣ୍ଡେ ମିଳୁ ବାବୁ)

ବାର ଦୁଆର ବୁଲି-ବୁଲି
ମାଗୁ କାହିଁ ଭିକ? ମନ, ମାଗୁ କାହିଁ ଭିକ?
ବାର ଦୁଆର ବୁଲି-ବୁଲି
ମାଗୁ କାହିଁ ଭିକ? ମନ, ମାଗୁ କାହିଁ ଭିକ?

ଜଗନ୍ନାଥ ବସିଅଛି, ଜଗନ୍ନାଥ ବସିଅଛି
ଜଗତ ମାଲିକ

ତାକୁ ଭିକ ମାଗି ଶିଖ, ତାର ଦାତା ପଣ ଦେଖ
ତାକୁ ଭିକ ମାଗି ଶିଖ, ତାର ଦାତା ପଣ ଦେଖ
ବାର ଦୁଆର ବୁଲି-ବୁଲି
ମାଗୁ କାହିଁ ଭିକ? ମନ, ମାଗୁ କାହିଁ ଭିକ?

(ମା', ଭିକ ଗଣ୍ଡେ ମିଳୁ ମାଆ)

ତା ପାଖରେ ନାହିଁ କିଛି ପାତର ଅନ୍ତର
ପଚାରେନି ସିଏ କାହା ଜାତି କି ଗୋତର
ତା ପାଖରେ ନାହିଁ କିଛି ପାତର ଅନ୍ତର
ପଚାରେନି ସିଏ କାହା ଜାତି କି ଗୋତର

ସିଂହ ଦୁଆର ମେଲା କରି
ରତ୍ନ ଭଣ୍ଡାର ଖୋଲା କରି
ଦେଖୁଛି ଚକା ଆଖି ଖୋଲି
ଦେଉଛି ମହାବାହୁ ମେଲି

ସେହି ବୁଝେ ମୁହଁ ଲାଜ, ସେହି ବୁଝେ ମୁହଁ ଲାଜ
ପେଟର ଭୋକ

ତାକୁ ଭିକ ମାଗି ଶିଖ, ତାର ଦାତା ପଣ ଦେଖ
ତାକୁ ଭିକ ମାଗି ଶିଖ, ତାର ଦାତା ପଣ ଦେଖ
ବାର ଦୁଆର ବୁଲି-ବୁଲି
ମାଗୁ କାହିଁ ଭିକ? ମନ, ମାଗୁ କାହିଁ ଭିକ?

(ବାବୁ, ଭିକ ଗଣ୍ଡେ ମିଳୁ ବାବୁ)

ଆମ ପାଇଁ ଧନୀ ଯିଏ ଭିକାରୀ ତା ଆଗେ
ଆମକୁ ଯେ ଦାନ ଦିଏ, ସିଏ ତାକୁ ମାଗେ
ଆମ ପାଇଁ ଧନୀ ଯିଏ ଭିକାରୀ ତା ଆଗେ
ଆମକୁ ଯେ ଦାନ ଦିଏ, ସିଏ ତାକୁ ମାଗେ

ବଡ଼ଦେଉଳେ ଉଭା ହୋଇ
ଦର୍ଶନ ଦିଏ ସେବା ପାଇ
ସରଗ ଜିଣା ରୂପ ତାର
ଦେଖିଲେ ହୁଏ ପାପ ଦୂର

ଦୁଃଖ ନେଇ ଏକା ସେଇ, ଦୁଃଖ ନେଇ ଏକା ସେଇ
ଦିଏ ତ ସୁଖ

ତାକୁ ଭିକ ମାଗି ଶିଖ, ତାର ଦାତା ପଣ ଦେଖ
ତାକୁ ଭିକ ମାଗି ଶିଖ, ତାର ଦାତା ପଣ ଦେଖ
ବାର ଦୁଆର ବୁଲି-ବୁଲି
ମାଗୁ କାହିଁ ଭିକ? ମନ, ମାଗୁ କାହିଁ ଭିକ?
ଜଗନ୍ନାଥ ବସିଅଛି, ଜଗନ୍ନାଥ ବସିଅଛି
ଜଗତ ମାଲିକ

ତାକୁ ଭିକ ମାଗି ଶିଖ, ତାର ଦାତା ପଣ ଦେଖ
ତାକୁ ଭିକ ମାଗି ଶିଖ, ତାର ଦାତା ପଣ ଦେଖ
ତାକୁ ଭିକ ମାଗି ଶିଖ, ତାର ଦାତା ପଣ ଦେଖ



Credits
Writer(s): Amrendra Mohanty, Sirsanada
Lyrics powered by www.musixmatch.com

Link