Dinu Dinu Gala Anusari

ଦିନୁ-ଦିନୁ ଗଲା ଅନୁସରି
ରାତି-ରାତି ନିଦ ନେଲୁ ହରି
ଦିନୁ-ଦିନୁ ଗଲା ଅନୁସରି
ରାତି-ରାତି ନିଦ ନେଲୁ ହରି

ଆଉ ଖେଳିବୁ କେତେ ତୁ ଲୁଚକାଳି?

ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ
ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ
ଦିନୁ-ଦିନୁ ଗଲା ଅନୁସରି

ଖେଳି ଖେଳାଇବା ତୋହର ନିତି ଦିନିଆ ଖେଳ
ତୋ ସାଥେ ଖେଳିବି ଏମିତି ନାହିଁ ମୋହର ବଳ
ବ୍ରହ୍ମା, ଇନ୍ଦ୍ର, ଆଦି ଦେବଙ୍କୁ ତୁ ତ ନାହୁଁ ଗୋଚର
ନିଜେ-ନିଜେ ଭେଟ ନ ଦେଲେ ଭେଟ ପାଏ କେ ତୋର

କେତେ ସପନ ଦେଖିବି ତୋହରି?

ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ
ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ
ଦିନୁ-ଦିନୁ ଗଲା ଅନୁସରି

ଜପ, ତପ, ଜ୍ଞାନ, ଯୋଗରେ ତତେ ପାଇନି କିଏ
ତାକୁ ଧରା ଦେଇଛୁ ତ ତୁ ପ୍ରେମ କରିଛି ଯିଏ
ସେଥିପାଇଁ ଗଲି ଭୁଲି ମୁଁ କୂଳ ଲାଜ-ସରମ
ତୋ ପ୍ରେମ ସାଗରେ ବୁଡି ମୁଁ ଝାସି ଦେଲି ଜୀବନ

ବୃଥା ହେବକି ମୋ ପ୍ରେମ ମାଧୁରୀ

ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ
ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ

ଦିନୁ-ଦିନୁ ଗଲା ଅନୁସରି
ରାତି-ରାତି ନିଦ ନେଲୁ ହରି
ଦିନୁ-ଦିନୁ ଗଲା ଅନୁସରି
ରାତି-ରାତି ନିଦ ନେଲୁ ହରି

ଆଉ ଖେଳିବୁ କେତେ ତୁ ଲୁଚକାଳି?

ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ
ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ
ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ
ଯୁବା ବୟସ ଯାଏ ମୋ ସରି
ଭେଟ ନ ହେଲା ହେ ବଂଶୀଧାରୀ



Credits
Writer(s): Prafulla Kar, Manmath Mishra
Lyrics powered by www.musixmatch.com

Link