Madhaba Mukunda Hari

ମାଧବ ମୁକୁନ୍ଦ ହରି
କଳାକୁଞ୍ଜେ ଲୀଳା କରି
ମାଧବ ମୁକୁନ୍ଦ ହରି
କଳାକୁଞ୍ଜେ ଲୀଳା କରି

ବିରାଜିତ ନୀଳସିନ୍ଧୁ ତୀରେ

ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ମାଧବ ମୁକୁନ୍ଦ ହରି

ମଧୁରେ-ମଧୁରେ ରଙ୍ଗ ଅଧରେ ଝରାଏ ଅମୃତ ହସ
ନୀଳାଚଳ ଧାମେ ଜଗନ୍ନାଥ ନାମେ ସଭିଙ୍କୁ କରୁଛ ବଶ

ମଧୁରେ-ମଧୁରେ ରଙ୍ଗ ଅଧରେ ଝରାଏ ଅମୃତ ହସ
ନୀଳାଚଳ ଧାମେ ଜଗନ୍ନାଥ ନାମେ ସଭିଙ୍କୁ କରୁଛ ବଶ

ହେ ଦାରୁବ୍ରହ୍ମ, ଭକ୍ତ ପ୍ରିୟତମ
ତୁମ ନାମ ଜପି ଦୁଃଖ ସରେ
ତୁମ ନାମ ଜପି ଦୁଃଖ ସରେ

ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ମାଧବ ମୁକୁନ୍ଦ ହରି

ବାମନ ବେଶରେ ନନ୍ଦିଘୋଷରେ ଦେଉଛ ଦର୍ଷଣ ଆସି
ପତିତ ଜନଙ୍କୁ ଉଦ୍ଧାର କରୁଛ, ଧନ୍ୟ ପ୍ରଭୁ ବ୍ରହ୍ମରାଶି

ବାମନ ବେଶରେ ନନ୍ଦିଘୋଷରେ ଦେଉଛ ଦର୍ଷଣ ଆସି
ପତିତ ଜନଙ୍କୁ ଉଦ୍ଧାର କରୁଛ, ଧନ୍ୟ ପ୍ରଭୁ ବ୍ରହ୍ମରାଶି

ହେ କ୍ଷମାମୟ, ହେ ଦୟାମୟ
ଶରଣ ମୁଁ ତୁମ ଶ୍ରୀପୟରେ
ଶରଣ ମୁଁ ତୁମ ଶ୍ରୀପୟରେ

ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ

ମାଧବ ମୁକୁନ୍ଦ ହରି
କଳାକୁଞ୍ଜେ ଲୀଳା କରି
ମାଧବ ମୁକୁନ୍ଦ ହରି
କଳାକୁଞ୍ଜେ ଲୀଳା କରି

ବିରାଜିତ ନୀଳସିନ୍ଧୁ ତୀରେ

ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link