Tara Suna Sagadi Aasiba

ସୁନା-ଶଗଡ଼ି ଆସିବ
ଦାଣ୍ଡ ଦୁଆରେ ଲାଗିବ
ତାର ସୁନା-ଶଗଡ଼ି ଆସିବ
ମୋର ଦାଣ୍ଡ ଦୁଆରେ ଲାଗିବ

ଘର, ଦୁଆର ସବୁ ତ ମୋର ଚନ୍ଦନ ବାସିବ

ମୋ କଳା-ମାଧବ ସତେକି ଆସିବ
ମୋ କଳା-ମାଧବ ସତେକି ଆସିବ
ସୁନା-ଶଗଡ଼ି ଆସିବ

ସୁନାଜରି ଲଗା ଖଣ୍ଡୁଆ ପାଟ
ସୁନା ପାଉଁଜି କି ସୁନା ମୁକୁଟ
ସୁନାଜରି ଲଗା ଖଣ୍ଡୁଆ ପାଟ
ସୁନା ପାଉଁଜି କି ସୁନା ମୁକୁଟ

ସୁନାଫୁଲ ପକା ରଙ୍ଗ ଓଢ଼ଣି
ସୁନାର କୁଣ୍ଡଳ ନାକ ବସନି

ସିନ୍ଦୁକ ଭରି ଆସିବ ଧରି ସେ ସୁନା ସାଧବ

ମୋ ସୁନା ସାଧବ ସତେ କି ଆସିବ
ମୋ ସୁନା ସାଧବ ସତେ କି ଆସିବ
ସୁନା-ଶଗଡ଼ି ଆସିବ

ଶୂନ୍ୟପେଡ଼ି ମୋର ପୁଣ୍ୟ ରେ ଭରେଇ
ସୁନା ଗାଆଁ କୁ ମୁଁ ଯିବି ବାହାରି
ଶୂନ୍ୟପେଡ଼ି ମୋର ପୁଣ୍ୟ ରେ ଭରେଇ
ସୁନା ଗାଆଁ କୁ ମୁଁ ଯିବି ବାହାରି

ଅମୃତ ଲଗନ ହୋଇବ ଆସି
ଆତ୍ମା ପରମାତ୍ମା ଯିବ ତ ମିଶି

ଭାବୁଛି ମନ କେବେ ସେ ଦିନ ମୋ ପାଇଁ ଆସିବ?

ମୋ ପାଇଁ ଆସିବ ମୋ କଳା-ମାଧବ
ମୋ ପାଇଁ ଆସିବ ମୋ କଳା-ମାଧବ

ସୁନା-ଶଗଡ଼ି ଆସିବ
ଦାଣ୍ଡ ଦୁଆରେ ଲାଗିବ
ତାର ସୁନା-ଶଗଡ଼ି ଆସିବ
ମୋର ଦାଣ୍ଡ ଦୁଆରେ ଲାଗିବ

ଘର, ଦୁଆର ସବୁ ତ ମୋର ଚନ୍ଦନ ବାସିବ

ମୋ କଳା-ମାଧବ ସତେକି ଆସିବ
ମୋ କଳା-ମାଧବ ସତେକି ଆସିବ
ମୋ କଳା-ମାଧବ ସତେକି ଆସିବ
ମୋ କଳା-ମାଧବ ସତେକି ଆସିବ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link