Gazal Gazal

ଏତେ ଭଲ ମୋତେ ପାଇଲୁ ତୁ
ହୃଦୟକୁ ଏତେ ଛୁଇଁଲୁ ତୁ
ଛାତି ତଳେ ମୋର ହେଲା ହଲଚଲ୍, ହାଏ
ଏତେ ମିଠା ତୋର ରାଗ, ରୁଷା
ରାଗ ତଳେ ଏତେ ମହୁ-ବର୍ଷା
ମନ ତଳେ ମୋର ହେଲା ଝଲମଲ୍

ହଁ, ହସ ତୋର ହାତବୁଣା ରେଶମୀ-ରୁମାଲ

ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल

ସ୍ବପ୍ନ, ହଁ, ତୁ ସ୍ବପ୍ନ
ଧୀରେ-ଧୀରେ ଆସିଲୁ, ଆଖିସାରା ବସିଲୁ
ନେଇଗଲୁ ମୋର ମନ
ଜହ୍ନ, ହଁ, ତୁ ଜହ୍ନ
ଧୀରେ-ଧୀରେ ଉଇଁଲୁ, ଏମିତି ତୁ ଛୁଇଁଲୁ
ଦେହସାରା ଚିହ୍ନ-ଚିହ୍ନ

ନୀଳ ନୀଳ ଆଖି ନିଶା-ନିଶା
ତାରକସି ତୋ ରୂପର नक्शा
ଦିନ, ରାତି ହାଏ, ହେଲା ଝଲମଲ୍

ଓ, ଚାହାଣିରେ ଚୁନା-ଚୁନା ଚୁମକିର पायल

ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल

ବାସ୍ନା, ହଁ, ତୋ ବାସ୍ନା
ଧୀରେ-ଧୀରେ ବୋହିଲୁ, ବାଟସାରା ଛୁଇଁଲୁ
ମାଟି ହେଲା ସୁନା-ସୁନା
ସୁନା, ହଁ, ତୁ ସୁନା
ଚିକିମିକ୍ ତୋ ରଙ୍ଗରେ ଚମକିଲୁ ଭାଗ୍ୟରେ
ତୋ'ବିନା ମୁଁ ଚୁନା-ଚୁନା

ଝୁମା-ଝୁମା ଲାଗେ ସାରାଦିନ
ଚୁମା-ଚୁମା ଲାଗେ ସାରାରାତି
ଏ କି ରୋଗ ମୋତେ କଲା କଲବଲ୍?

ହୋ, ଦୁନିଆଁରେ ତୁ ଏକା ପୁଅଟେ କମାଲ୍

ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल



Credits
Writer(s): Prem Anand
Lyrics powered by www.musixmatch.com

Link