Satya Chandra

ସତ୍ୟମେବ ଜୟତେ
ସତ୍ୟମେବ ଜୟତେ
ସତ୍ୟମେବ ଜୟତେ

ସା-ଗା-ପା-ଧା-ସା-ରେ-ଗା-ରେ-ସା-ଧା-ମା
ମା-ଧା-ସା-ରେ-ଗା-ରେ-ସା-ପା-ଗା-ରେ-ସା

ସତ୍ୟ ଚନ୍ଦ୍ର ସୂର୍ଯ୍ୟ, ସତ୍ୟ ରାତି ଦିନ
ଜନମ ମରଣ ସତ୍ୟ
ସତ୍ୟ ଚନ୍ଦ୍ର ସୂର୍ଯ୍ୟ, ସତ୍ୟ ରାତି ଦିନ
ଜନମ ମରଣ ସତ୍ୟ

ସକଳ ସତ୍ୟର ମିଳିତ ସ୍ୱରୂପ
ସକଳ ସତ୍ୟର ମିଳିତ ସ୍ୱରୂପ

ମହା ସତ୍ୟ ଜଗନ୍ନାଥ
ମହା ସତ୍ୟ ଜଗନ୍ନାଥ

ସତ୍ୟ ଚନ୍ଦ୍ର ସୂର୍ଯ୍ୟ, ସତ୍ୟ ରାତି ଦିନ
ଜନମ ମରଣ ସତ୍ୟ

(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)

ସେ ଯେ ସତ୍ୟ ଶିବ, ସେ ଯେ ଦେବ ଦେବ
ନିତ୍ୟ ନୂତନ ସନାତନ
ଚାରି ଯୁଗେ ସେହି, ଚାରି ଦିଗେ ସେହି
ବିଶ୍ୱ ମୋହନ ପରମବ୍ରହ୍ମ

ସେ ଯେ ସତ୍ୟ ଶିବ, ସେ ଯେ ଦେବ ଦେବ
ନିତ୍ୟ ନୂତନ ସନାତନ
ଚାରି ଯୁଗେ ସେହି, ଚାରି ଦିଗେ ସେହି
ବିଶ୍ୱ ମୋହନ ପରମବ୍ରହ୍ମ

ସତ୍ୟ ସୁଖ ଦୁଃଖ, ସତ୍ୟ ସ୍ନେହ ପ୍ରେମ
ସତ୍ୟ ସୁଖ ଦୁଃଖ, ସତ୍ୟ ସ୍ନେହ ପ୍ରେମ

ପ୍ରକୃତି ପୁରୁଷ ସତ୍ୟ
ପ୍ରକୃତି ପୁରୁଷ ସତ୍ୟ

ସତ୍ୟ ଚନ୍ଦ୍ର ସୂର୍ଯ୍ୟ, ସତ୍ୟ ରାତି ଦିନ
ଜନମ ମରଣ ସତ୍ୟ

(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)

ସତ୍ୟ ରକ୍ଷା ରାମ ବନବାସ
ସତ୍ୟ ବିହୁନେ ଲଙ୍କା ହତ
ରାଧା ପ୍ରେମ ସତ୍ୟ, କୃଷ୍ଣ ବଂଶୀ ସତ୍ୟ
ସତ୍ୟ ବିହୁନେ ନାହିଁ ପଥ

ସତ୍ୟ ରକ୍ଷା ରାମ ବନବାସ
ସତ୍ୟ ବିହୁନେ ଲଙ୍କା ହତ
ରାଧା ପ୍ରେମ ସତ୍ୟ, କୃଷ୍ଣ ବଂଶୀ ସତ୍ୟ
ସତ୍ୟ ବିହୁନେ ନାହିଁ ପଥ

ସେହି ଏକା ସତ୍ୟ, ସେହି ଏକା ପଥ
ସେହି ଏକା ସତ୍ୟ, ସେହି ଏକା ପଥ

ତା ବିନା ଶୂନ୍ୟ ଜଗତ
ତା ବିନା ଶୂନ୍ୟ ଜଗତ

ସତ୍ୟ ଚନ୍ଦ୍ର ସୂର୍ଯ୍ୟ, ସତ୍ୟ ରାତି ଦିନ
ଜନମ ମରଣ ସତ୍ୟ
ସତ୍ୟ ଚନ୍ଦ୍ର ସୂର୍ଯ୍ୟ, ସତ୍ୟ ରାତି ଦିନ
ଜନମ ମରଣ ସତ୍ୟ

ସକଳ ସତ୍ୟର ମିଳିତ ସ୍ୱରୂପ
ସକଳ ସତ୍ୟର ମିଳିତ ସ୍ୱରୂପ

ମହା ସତ୍ୟ ଜଗନ୍ନାଥ
ମହା ସତ୍ୟ ଜଗନ୍ନାଥ

(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)
(ସତ୍ୟମେବ ଜୟତେ)



Credits
Writer(s): Alekh Biswal, Kajal Kesh
Lyrics powered by www.musixmatch.com

Link