Tuhire Kalia

ତୁହିରେ କାଳିଆ ଏକା ସୁଖ-ଦୁଃଖ ମୋର
ତୋ ଚରଣ ସ୍ବର୍ଗ ମୋର
ତୁହିରେ କାଳିଆ ଏକା ସୁଖ-ଦୁଃଖ ମୋର
ତୋ ଚରଣ ସ୍ବର୍ଗ ମୋର

ତୁହି ମୋର ହସ-ଲୁହ, ଆଲୁଅ-ଅନ୍ଧାର
ତୁହି ମୋର ମାତା-ପିତା, ସଖା-ସହୋଦର
ତୁହି ମୋ ସାରା ସଂସାର

ତୁହିରେ କାଳିଆ ଏକା ସୁଖ-ଦୁଃଖ ମୋର
ତୋ ଚରଣ ସ୍ବର୍ଗ ମୋର

ତୁହିରେ କାଳିଆ ଏକା...

ଫୁଲଟିଏ କରି ଦେଇଛୁ ଜନମ
ଏଇ ଭବ ଉପବନେ
ଫୁଲଟିଏ କରି ଦେଇଛୁ ଜନମ
ଏଇ ଭବ ଉପବନେ

ନେଇ ପାଶେ ମୋତେ ରଖିଦେ କାଳିଆ
ନେଇ ପାଶେ ମୋତେ ରଖିଦେ କାଳିଆ
ତୋହରି ଛନ୍ଦ ଚରଣେ

ସଞ୍ଜ-ସକାଳେ ମୁଁ ଯେ ଆଳତି ବେଳରେ
ସଞ୍ଜ-ସକାଳେ ମୁଁ ଯେ ଆଳତି ବେଳରେ
ଲାଗିବି ପୂଜାରେ ତୋର

ତୁହିରେ କାଳିଆ ଏକା...

ତୋ ବିନା କାଳିଆ ଲୋଡ଼ିନାହିଁ କେବେ
ଆନ ଦରଶନ କିଛି
ତୋ ବିନା କାଳିଆ ଲୋଡ଼ିନାହିଁ କେବେ
ଆନ ଦରଶନ କିଛି

ମଉଳିବା ଯାଏ ତୋହରି ସେବାରେ
ମଉଳିବା ଯାଏ ତୋହରି ସେବାରେ
ଯାଉ ଏ ଜୀବନ ବିତି

ତୁହି ଥାଉ-ଥାଉ କହ କାହା ଆଗେ ଆଉ
ତୁହି ଥାଉ-ଥାଉ କହ କାହା ଆଗେ ଆଉ
ଜଣାଇବି ଅଳି ମୋର?

ତୁହିରେ କାଳିଆ ଏକା ସୁଖ-ଦୁଃଖ ମୋର
ତୋ ଚରଣ ସ୍ବର୍ଗ ମୋର

ତୁହି ମୋର ହସ-ଲୁହ, ଆଲୁଅ-ଅନ୍ଧାର
ତୁହି ମୋର ମାତା-ପିତା, ସଖା-ସହୋଦର
ତୁହି ମୋ ସାରା ସଂସାର

ତୁହିରେ କାଳିଆ ଏକା ସୁଖ-ଦୁଃଖ ମୋର
ତୋ ଚରଣ ସ୍ବର୍ଗ ମୋର
ତୋ ଚରଣ ସ୍ବର୍ଗ ମୋର
ତୋ ଚରଣ ସ୍ବର୍ଗ ମୋର



Credits
Writer(s): Kajal Kesh, Pradip Parida
Lyrics powered by www.musixmatch.com

Link