Narendra Pokhari

ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି
ଏଇ, ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି

ଏକା ସେ କାଳିଆ ବାଇଶି ଫଳିଆ
ଏକା ସେ କାଳିଆ ବାଇଶି ଫଳିଆ
ତା ଲାଗି ଶ୍ରୀକ୍ଷେତ୍ରେ ଗହଳି

ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି

ଏକା ସେ କାଳିଆ ବାଇଶି ଫଳିଆ
ତା ଲାଗି ଶ୍ରୀକ୍ଷେତ୍ରେ ଗହଳି

ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି
ଏଇ, ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ

ଏଇ ସେ କାଳିଆ କ୍ଷୀରସରପିଆ
ଗୋପରେ ଗହଳି ଲଗାଇଲା
ଗୋପରୁ ଆସି ସେ ନୀଳାଚଳେ ପୁଣି
ବାର ମାସେ ତେର ଯାତ୍ରା କଲା

ହୋ, ଏଇ ସେ କାଳିଆ କ୍ଷୀରସରପିଆ
ଗୋପରେ ଗହଳି ଲଗାଇଲା
ଗୋପରୁ ଆସି ସେ ନୀଳାଚଳେ ପୁଣି
ବାର ମାସେ ତେର ଯାତ୍ରା କଲା

ଭକତ ତାହାରି ସାଙ୍ଗ ସାଥୀ ଭାଇ
ଏକା-ଏକା ତାକୁ ଭଲ ଲାଗେ ନାହିଁ
ଭକତ ତାହାରି ସାଙ୍ଗ ସାଥୀ ଭାଇ
ଏକା-ଏକା ତାକୁ ଭଲ ଲାଗେ ନାହିଁ

ହସ ଯାଏ ତାର ମଉଳି

ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି
ଏଇ, ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ

ଠାକୁର ହୋଇ ସେ ରଥରେ ବୁଲୁଛି
ଗୁଣ୍ଡିଚା ଯାତରା ବାହାନାରେ
ଗହଳି ଲଗାଇ ଖେଳିବା ପାଇଁକି
ଦାଣ୍ଡକୁ ଓହ୍ଲାଇ ଆସି ଥରେ

ହୋ, ଠାକୁର ହୋଇ ସେ ରଥରେ ବୁଲୁଛି
ଗୁଣ୍ଡିଚା ଯାତରା ବାହାନାରେ
ଗହଳି ଲଗାଇ ଖେଳିବା ପାଇଁକି
ଦାଣ୍ଡକୁ ଓହ୍ଲାଇ ଆସି ଥରେ

ଏମିତି ଠାକୁର ଜଗତରେ ନାହିଁ
ସେଥିପାଇଁ ସିଏ ଜଗତ ଗୋସାଇଁ
ଏମିତି ଠାକୁର ଜଗତରେ ନାହିଁ
ସେଥିପାଇଁ ସିଏ ଜଗତ ଗୋସାଇଁ

ଯଶ ପଡୁଅଛି ଉଛୁଳି

ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି
ଏଇ, ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି

ଏକା ସେ କାଳିଆ ବାଇଶି ଫଳିଆ
ଏକା ସେ କାଳିଆ ବାଇଶି ଫଳିଆ
ତା ଲାଗି ଶ୍ରୀକ୍ଷେତ୍ରେ ଗହଳି

ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି

ଏକା ସେ କାଳିଆ ବାଇଶି ଫଳିଆ
ତା ଲାଗି ଶ୍ରୀକ୍ଷେତ୍ରେ ଗହଳି

ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି
ଏଇ, ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି
ଏଇ, ନରେନ୍ଦ୍ର ପୋଖରୀ ନଅ ପାହାଚ ଲୋ
ପାହାଚ ଉପରେ ସିଉଳି



Credits
Writer(s): Alekh Biswal, Kajal Kesh
Lyrics powered by www.musixmatch.com

Link