Dubaku Karu Tu

ଦୂବକୁ କରୁ ତୁ ଦାରୁ
ନିମକୁ ଚନ୍ଦନ କରୁ
ଦୂବକୁ କରୁ ତୁ ଦାରୁ
ନିମକୁ ଚନ୍ଦନ କରୁ

ପତିତ ଉଦ୍ଧାରି ପାରୁ
ଦୁଃଖୀକୁ ଦେଖିଲେ ଡରୁ
ଦୁଃଖୀକୁ ଦେଖିଲେ ଡରୁ

ଦୂବକୁ କରୁ ତୁ ଦାରୁ
ନିମକୁ ଚନ୍ଦନ କରୁ

ମାଗିଲେ କହୁଚୁ ହାତ ନାହିଁ ମୋର
କେମିତି ଦେବି? କେମିତି ଦେବି?
ଡାକିଲେ କହୁଚୁ ପାଦ ନାହିଁ ମୋର
କେମିତି ଯିବି? କେମିତି ଯିବି

ଡୋରି ତୋ ଲଗାଇ ପାରି
ଶ୍ରୀକ୍ଷେତ୍ରେ ସରଗ କରୁ
ଡୋରି ତୋ ଲଗାଇ ପାରି
ଶ୍ରୀକ୍ଷେତ୍ରେ ସରଗ କରୁ

ଭକତ ପାଇଁ ତୁ ଝୁରୁ
ଦୁଃଖୀକୁ ଦେଖିଲେ ଡରୁ
ଦୁଃଖୀକୁ ଦେଖିଲେ ଡରୁ

ଦୂବକୁ କରୁ ତୁ ଦାରୁ
ନିମକୁ ଚନ୍ଦନ କରୁ

ଗରିବ ଗୁହାରି ଶୁଣିବା ବେଳକୁ
ନାହିଁ ତ କାନ, ନାହିଁ ତ କାନ
ଛୋଟ ଏକ ପାପ ଦେଖିବାକୁ ଅଛି
ଚକାନୟନ, ଚକାନୟନ

ସବୁ ତୁ ବିଚାର କରୁ
ପାପୀକୁ କ୍ଷମା ବି କରୁ
ସବୁ ତୁ ବିଚାର କରୁ
ପାପୀକୁ କ୍ଷମା ବି କରୁ

ତପିଙ୍କୁ କୋଳରେ ଧରୁ
ଦୁଃଖୀକୁ ଦେଖିଲେ ଡରୁ
ଦୁଃଖୀକୁ ଦେଖିଲେ ଡରୁ

ଦୂବକୁ କରୁ ତୁ ଦାରୁ
ନିମକୁ ଚନ୍ଦନ କରୁ
ଦୂବକୁ କରୁ ତୁ ଦାରୁ
ନିମକୁ ଚନ୍ଦନ କରୁ

ପତିତ ଉଦ୍ଧାରି ପାରୁ
ଦୁଃଖୀକୁ ଦେଖିଲେ ଡରୁ
ଦୁଃଖୀକୁ ଦେଖିଲେ ଡରୁ
ଦୁଃଖୀକୁ ଦେଖିଲେ ଡରୁ
ଦୁଃଖୀକୁ ଦେଖିଲେ ଡରୁ



Credits
Writer(s): Alekh Biswal, Kajal Kesh
Lyrics powered by www.musixmatch.com

Link