Lovi Manisha

ଲୋଭି ମଣିଷ ମୁଁ ଲୋଭି ମଣିଷ
ଲୋଭି ମଣିଷ ମୁଁ ଲୋଭି ମଣିଷ
ଦେ ନାହିଁ ମତେ ବେଶୀ ଆୟୁଷ

ଲୋଭି ମଣିଷ ମୁଁ ଲୋଭି ମଣିଷ
ଦେ ନାହିଁ ମତେ ବେଶୀ ଆୟୁଷ

ଜିଇଁଥିବା ଯାଏ ମାଗୁଥିବି (ମାଗୁଥିବି, ମାଗୁଥିବି)
ଯେତେ ଦଉଥିବୁ ନିନ୍ଦୁଥିବି

ଏଇ ମୋର ଲୋଭ ସବୁ ସରିଯିବ
ଯେଉଁଦିନ ଦେହ ହେବ ପାଉଁଶ

ଲୋଭି ମଣିଷ ମୁଁ ଲୋଭି ମଣିଷ
ଦେ ନାହିଁ ମତେ ବେଶୀ ଆୟୁଷ
ଦେ ନାହିଁ ମତେ ବେଶୀ ଆୟୁଷ

କାଳ ସର୍ପ ମୁହେଁ ବେଙ୍ଗ ରହିଥାଏ
ବେଙ୍ଗ ଗିଳେ ଶିଶୁ କଙ୍କି
ଏଇ ଦେହ ମୋର ଲୋଭର ଚାଦର
ତୁ ଦେଇଛୁ ରେ ଢାଙ୍କି

ହଁ, କାଳ ସର୍ପ ମୁହେଁ ବେଙ୍ଗ ରହିଥାଏ
ବେଙ୍ଗ ଗିଳେ ଶିଶୁ କଙ୍କି
ଏଇ ଦେହ ମୋର ଲୋଭର ଚାଦର
ତୁ ଦେଇଛୁ ରେ ଢାଙ୍କି

ତୋ ସାଥିରେ ଭାବ ବାନ୍ଧୁଥିବି (ବାନ୍ଧୁଥିବି, ବାନ୍ଧୁଥିବି)
ମିଛେ-ମିଛେ କାଲି କାନ୍ଦୁଥିବି

ଏଇ ମୋର ଲୋଭ ସବୁ ସରିଯିବ
ଯେଉଁଦିନ ଦେହ ହେବ ଅବଶ

ଲୋଭି ମଣିଷ ମୁଁ ଲୋଭି ମଣିଷ
ଦେ ନାହିଁ ମତେ ବେଶୀ ଆୟୁଷ
ଦେ ନାହିଁ ମତେ ବେଶୀ ଆୟୁଷ

ଦୁଇ ପାଦେ ମୋର ଲୋଭ ଶିକୁଳିରେ
ପକେଇଦେଇଛୁ ବେଡ଼ି
ହାତ ଯେତେଦିନ ଖୋଲା ରହିଥିବ
ମାଗୁଥିବି ହାତ ଯୋଡ଼ି

ହଁ, ଦୁଇ ପାଦ ମୋର ଲୋଭ ଶିକୁଳିରେ
ପକେଇଦେଇଛୁ ବେଡ଼ି
ହାତ ଯେତେଦିନ ଖୋଲା ରହିଥିବ
ମାଗୁଥିବି ହାତ ଯୋଡ଼ି

ଯେତେ ଦୋଉଥିବୁ ନଉଥିବି (ନଇଥିବି, ନଉଥିବି)
ଆଉ ଦେ ବୋଲି କହୁଥିବି

ପାଳ ଦୋଉଡ଼ିରେ ହାତ ବନ୍ଧା ହେଲେ
ମୋର ଯେତେ ଲୋଭ ହୋଇବ ଶେଷ

ଲୋଭି ମଣିଷ ମୁଁ ଲୋଭି ମଣିଷ
ଦେ ନାହିଁ ମତେ ବେଶୀ ଆୟୁଷ

ଜିଇଁଥିବା ଯାଏ ମାଗୁଥିବି (ମାଗୁଥିବି, ମାଗୁଥିବି)
ଯେତେ ଦଉଥିବୁ ନିନ୍ଦୁଥିବି

ଏଇ ମୋର ଲୋଭ ସବୁ ସରିଯିବ
ଯେଉଁଦିନ ଦେହ ହେବ ପାଉଁଶ



Credits
Writer(s): Abhijit Majumdar
Lyrics powered by www.musixmatch.com

Link