Kalia Raja

ହଁ, କାଳିଆ-ରଜା, ହା-ଆହା, କାଳିଆ-ରଜା
କାଳିଆ-ରଜା, ହା-ଆହା, କାଳିଆ-ରଜା

କଳା ମଲ୍ଲି-ହାର ଗଳାରେ ନାଇଛ
କାହାପାଇଁ ଏତେ ହଉଛ ସଜା?

କାଳିଆ-ରଜା, ହା-ଆହା, କାଳିଆ-ରଜା

ଚନ୍ଦନ ଚନ୍ଦନ ମହକି ଯାଉଛ, ମଥାରେ ଚନ୍ଦ୍ରିକା ବାନ୍ଧି
ଆସିବ କି ସେଇ ବିରହି ରାଧିକା? ପୀରତିରେ ଦବ ଛନ୍ଦି

ଆରେ, ମନେ ପଡୁଛି କି ଗୋପପୁର କଥା
ମନ ଦିଆ-ନିଆ ଭାଇ, ଭଣଜା

କାଳିଆ-ରଜା, ହା-ଆହା, କାଳିଆ-ରଜା
କାଳିଆ-ରଜା, ହା-ଆହା, କାଳିଆ-ରଜା

ଦେବଦାସୀ ନାଟ ଆଉ ଭଲ ଲାଗୁନାହିଁ
ଚକନାୟନରୁ ଝରୁଛି ଲୁହ
ହଁ, ଦେବଦାସୀ ନାଟ ଆଉ ଭଲ ଲାଗୁନାହିଁ
ଚକନାୟନରୁ ଝରୁଛି ଲୁହ

କଳା ଶ୍ରୀମୁଖରେ ନାଲି ହସ ନାହିଁ
କାହା ପାଇଁ ଏତେ ଅଧିର କୁହ

କେମନ୍ତ ରସରେ ଫୁଙ୍କି ଦେଇଛନ୍ତି ଗୋପପୁର ଗଉଡୁଣି?
ପରକିଆ-ପ୍ରୀତି ଛାଡ ହେ ସାଆନ୍ତେ, ରୁଷିଯିବେ ସାଆନ୍ତାଣୀ

ଆହାଃ, ରାଧିକା ପାଇଁକି ଲଷ୍ମୀ ରୁଷିଗଲେ
ଲୁଚି-ଲୁଚି ମୀରା ଦେଖିବ ମଜା

କାଳିଆ-ରଜା, ହା-ଆହା, କାଳିଆ-ରଜା
କାଳିଆ-ରଜା, ହେ ରଜା, କାଳିଆ-ରଜା

ମିଛେ ବୋଲାଉଛ ବଡ଼-ଦିଅଁ ବୋଲି
ଭୁଲିପାରୁ ନାହଁ ଲହୁଣୀ-ସର
ହଁ, ମିଛେ ବୋଲାଉଛ ବଡ଼-ଦିଅଁ ବୋଲି
ଭୁଲିପାରୁ ନାହଁ ଲହୁଣୀ-ସର

ରଜା ହୋଇ ପୁଣି ମନ ତମ ଖୋଜେ
ହେବାକୁ ଗୋପୀଙ୍କ ବସନ-ଚୋର

ଦେବତା ହୋଇକି ଜଗତର ଦୁଃଖ ବୁଝ ସିନା ଭାବଗ୍ରାହୀ
ଦେବତାର ଦୁଃଖ ବୁଝିବା ପାଇଁକି ଏ ଜଗତେ କେହି ନାହିଁ

ଆରେ, ଆଉ ଏ ଜନମେ ଗୋପ ସୁଖ ନାହିଁ
ହଜିଲା ଦରବ କାହିଁକି ଖୋଜା?

କାଳିଆ-ରଜା, ହା-ଆହା, କାଳିଆ-ରଜା
କାଳିଆ-ରଜା, ହା-ଆହା, କାଳିଆ-ରଜା

କଳା ମଲ୍ଲି-ହାର ଗଳାରେ ନାଇଛ
କାହାପାଇଁ ଏତେ ହଉଛ ସଜା?

କାଳିଆ-ରଜା, ହା-ଆହା, କାଳିଆ-ରଜା
କାଳିଆ-ରଜା, ହା-ଆହା, କାଳିଆ-ରଜା
କାଳିଆ-ରଜା, ହା-ଆହା, କାଳିଆ-ରଜା



Credits
Writer(s): Abhijit Majumdar
Lyrics powered by www.musixmatch.com

Link