Michha Gaon Re Mu

ମିଛ ଗାଆଁରେ ମୁଁ କରିଛି ଘର
ମିଛରେ ଭରିଯାଇଛି ଏ ଦେହ ମୋର
ମିଛ ଗାଆଁରେ ମୁଁ କରିଛି ଘର
ମିଛରେ ଭରିଯାଇଛି ଏ ଦେହ ମୋର

ଓଠ କହେ ମିଛ, ଆଖି ଦେଖେ ମିଛ
କାନ ଶୁଣେ ମିଛ, ମନ ଜାଣେ ମିଛ

ମିଛ ଏଇ ହାତଯୋଡ଼ି ତୁମକୁ ଡାକୁଛି ହେ
କ୍ଷମା କର ପ୍ରଭୁ କ୍ଷମା କର

ମିଛ ଗାଆଁରେ ମୁଁ କରିଛି ଘର
ମିଛରେ ଭରିଯାଇଛି ଏ ଦେହ ମୋର

ମଣିଷ ଜନମ ଅଭିଶାପ ଲାଗେ
ଯେବେଠୁ ଦେଇଛ ଏନ୍ତୁଡି ଜାଳି
ହୋ, ମଣିଷ ଜନମ ଅଭିଶାପ ଲାଗେ
ଯେବେଠୁ ଦେଇଛ ଏନ୍ତୁଡି ଜାଳି

କ୍ଷୀର ଟୋପେ ପାଇଁ ମିଛରେ-ମିଛରେ
ମାଆ ପାଖେ କେତେ କରିଛି ଅଳି

ମୋର ଦୁଃଖ ମିଛ, ମୋର ସୁଖ ମିଛ
ଏଠି ଯାହା ଦେଖେ ସବୁ ଲାଗେ ମିଛ

ମିଛ ପାଦେ ଚାଲି-ଚାଲି ତୁମକୁ ଖୋଜୁଛି ହେ
କ୍ଷମା କର ପ୍ରଭୁ କ୍ଷମା କର

ମିଛ ଗାଆଁରେ ମୁଁ କରିଛି ଘର
ମିଛରେ ଭରିଯାଇଛି ଏ ଦେହ ମୋର

ମୋ ପୁଅ ଭାରିଜା, ଏ ଧନ-ସମ୍ପତ୍ତି
ସବୁ ମିଛମାୟା କୁହୁଡ଼ି ପରି
ହୋ, ମୋ ପୁଅ ଭାରିଜା, ଏ ଧନ-ସମ୍ପତ୍ତି
ସବୁ ମିଛମାୟା କୁହୁଡ଼ି ପରି

ମୁଁ ବି କରୁଛି ମିଛ ଅଭିନୟ
ଛଳନାରେ ଦିନ ଯାଉଛି ସରି

ମୋର ଲୁହ ମିଛ, ମୋର ହସ ମିଛ
ଏଇ ନିଃଶ୍ୱାସ ମୋ କାଲି ହେବ ମିଛ

ଚାହେଁ ନାହିଁ ମୁଁ ଆଉ ଏ ମିଛ ଜୀବନ ହେ
କ୍ଷମା କର ପ୍ରଭୁ କ୍ଷମା କର

ମିଛ ଗାଆଁରେ ମୁଁ କରିଛି ଘର
ମିଛରେ ଭରିଯାଇଛି ଏ ଦେହ ମୋର

ମିଛରେ ଭରିଯାଇଛି ଏ ଦେହ ମୋର
ମିଛରେ ଭରିଯାଇଛି ଏ ଦେହ ମୋର
ମିଛରେ ଭରିଯାଇଛି ଏ ଦେହ ମୋର



Credits
Writer(s): Abhijit Majumdar
Lyrics powered by www.musixmatch.com

Link