Hajila Radhara Suna Bahudi

ହଜିଲା ରାଧାର...
ହଜିଲା ରାଧାର ସୁନା ବାହୁଟି ଲୋ
କହ୍ନେଇ କହିଲା ବୋଲି ହୁଁଟି
(କହ୍ନେଇ କହିଲା ବୋଲି ହୁଁଟି)

ହଜିଲା ରାଧାର ସୁନା ବାହୁଟି ଲୋ
କହ୍ନେଇ କହିଲା ବୋଲି ହୁଁଟି
(କହ୍ନେଇ କହିଲା ବୋଲି ହୁଁଟି)

ଗୋପ ଗଉଡୁଣି, କାନି ଟଣାଟଣି
ରାଧାକୁ ଚାହାନ୍ତି ଲେଉଟି

ଗୁମାନି ମନଟା...
ଗୁମାନି ମନଟା ହୁଏ ଆଉଟି ଲୋ
କହ୍ନେଇ କହିଲା ବୋଲି ହୁଁଟି
(କହ୍ନେଇ କହିଲା ବୋଲି ହୁଁଟି)

ସୁନା ହଜିଗଲେ ହୁଅଇ ଅଶୁଭ, ମନେ-ମନେ ଡ଼ରେ ରାଧା
ଏମିତି ସହଜେ ଗୋପପୁର ସାରା ତା ନାମେ ଦିଅନ୍ତି ନିନ୍ଦା
ସୁନା ହଜିଗଲେ ହୁଅଇ ଅଶୁଭ, ମନେ-ମନେ ଡ଼ରେ ରାଧା
ଏମିତି ସହଜେ ଗୋପପୁର ସାରା ତା ନାମେ ଦିଅନ୍ତି ନିନ୍ଦା

ଶାଶୁ ନଣନ୍ଦରେ ଘର କରିଛି ଲୋ, କହିଦେ ହଜିଲା କଉଠି

ଗେରସ୍ତ ଚାହିଁବ...
ଗେରସ୍ତ ଚାହିଁବ ଆଖି ତରାଟି ଲୋ
କହ୍ନେଇ କହିଲା ବୋଲି ହୁଁଟି
(କହ୍ନେଇ କହିଲା ବୋଲି ହୁଁଟି)

ଯେତିକି ଖୋଜୁଛି ସେତିକି ଭିଜୁଛି ସରମରେ ଆଖିପତା
ଏଡ଼େ ଅଲାଜୁକ କଳାକହ୍ନେଇ ଲୋ, ବୁଝୁନାହିଁ ଜମା କଥା
ହଁ, ଯେତିକି ଖୋଜୁଛି ସେତିକି ଭିଜୁଛି ସରମରେ ଆଖିପତା
ଏଡ଼େ ଅଲାଜୁକ କଳାକହ୍ନେଇ ଲୋ, ବୁଝୁନାହିଁ ଜମା କଥା

ମରଦ ପୁଅ ଲୋ ପିତ୍ତଳ ମାଠିଆ
ସେ ପରା ଗୋପର ବୋହୂ ଟି

କାହିଁକି କଲା ଏ?
କାହିଁକି କଲା ଏ ଚୋରା ପିରତି ଲୋ?
କହ୍ନେଇ କହିଲା ବୋଲି ହୁଁଟି
(କହ୍ନେଇ କହିଲା ବୋଲି ହୁଁଟି)

ହଜିଲା ରାଧାର ସୁନା ବାହୁଟି ଲୋ
କହ୍ନେଇ କହିଲା ବୋଲି ହୁଁଟି
(କହ୍ନେଇ କହିଲା ବୋଲି ହୁଁଟି)
କହ୍ନେଇ କହିଲା ବୋଲି ହୁଁଟି
(କହ୍ନେଇ କହିଲା ବୋଲି ହୁଁଟି)



Credits
Writer(s): Abhijit Majumdar
Lyrics powered by www.musixmatch.com

Link