Bainshi Khauchhi

ବଇଁଶୀ କହୁଛି "ଆଗୋ ଚନ୍ଦ୍ରିକା, ଆମ ପାଇଁ ସିନା ଗୋପ-ରାଧିକା"
ହଁ, ବଇଁଶୀ କହୁଛି "ଆଗୋ ଚନ୍ଦ୍ରିକା, ଆମ ପାଇଁ ସିନା ଗୋପ-ରାଧିକା"

ତୁ ରହିବୁନି ଯଦି କହ୍ନେଇ ମଥାରେ
ମୁଁ ବାଜିବିନି ଯଦି ତାରି ଓଠରେ

ଦେଖିବା କେମିତି କହିବ ଦୁନିଆଁ, କହ୍ନେଇ ପ୍ରେମିକା ରାଧା-ରସିକା

ବଇଁଶୀ କହୁଛି "ଆଗୋ ଚନ୍ଦ୍ରିକା, ଆମ ପାଇଁ ସିନା ଗୋପ-ରାଧିକା"

ରାଧିକା ପାଇଁକି ଆମେ ସାତ ସଉତୁଣୀ
କେତେ ଗାଳି ଦିଅନ୍ତି ଲୋ ବ୍ରଜ ଭୁଆସୁଣୀ
ଆ, କିଏ କହେ ବଇଁଶୀଟା ପ୍ରାଣ ନେଇଗଲା
କିଏ କହେ ଚନ୍ଦ୍ରିକା ମୋ ସଂସାର ସାରିଲା

ତୁ ଭାସିଯା ଥରେ ଯମୁନା ନଈରେ
ମୁଁ ସାତଖଣ୍ଡ ହେବି, ବାଜିବିନି ସୁରେ

ଦେଖିବା କେମିତି ରାଧାକୃଷ୍ଣ ନାମ, ଘୋଷିବେ ଲୋକ ଗୋପ-ରସିକା

ବଇଁଶୀ କହୁଛି "ଆଗୋ ଚନ୍ଦ୍ରିକା, ଆମ ପାଇଁ ସିନା ଗୋପ-ରାଧିକା"

ବାଜୁଥିଲେ ବଇଁଶୀ ମୁଁ ଭାଙ୍ଗିଲେ ବାଉଁଶ
କୃଷ୍ଣ ବିନା ଚନ୍ଦ୍ରିକାର କହ କି ଆୟୁଷ
ହୋ, ତା ପାଇଁ କିଏ ଜଗତ ଦେଲେ ଦଉ ନିନ୍ଦା
ତା ଆତ୍ମାରେ ଆମ ଆତ୍ମା ହେଇଛି ଲୋ ଛନ୍ଦା

ତୁ ଖାଲି ଦେଖିଛୁ ଲୋ ତା ଆଖିର ଲୁହ
ମୁଁ ଖାଲି ଦେଖିଛି ଲୋ ତା ଛାତିର କୋହ

ତୋ ଠାରୁ ମୋ ଠାରୁ କହ୍ନେଇର ଦୁଃଖ, ଆଉ କିଏ କହ ଜାଣେ ଅଧିକା

ବଇଁଶୀ କହୁଛି "ଆଗୋ ଚନ୍ଦ୍ରିକା, ଆମ ପାଇଁ ସିନା ଗୋପ-ରାଧିକା"

ଆମ ପାଇଁ ସିନା ଗୋପ-ରାଧିକା
ଆମ ପାଇଁ ସିନା ଗୋପ-ରାଧିକା
ଆମ ପାଇଁ ସିନା ଗୋପ-ରାଧିକା



Credits
Writer(s): Abhijit Majumdar
Lyrics powered by www.musixmatch.com

Link