Nagarjuna Besha Tuma

ନାଗାର୍ଜୁନ ବେଶ ତୁମ ଦରଶନ ପାଇଁ
ଏ ବରଷ ଭକତର ଭାଗ୍ୟ ସତେ ନାହିଁ
ନାଗାର୍ଜୁନ ବେଶ ତୁମ ଦରଶନ ପାଇଁ
ଏ ବରଷ ଭକତର ଭାଗ୍ୟ ସତେ ନାହିଁ

ସେଥିପାଇଁ ବୋଧେ ବେଶ ହବ ତୁମେ
ଆର ବର୍ଷ ଆଉ ଥରେ

ଠାକୁରେ, ହେ ଠାକୁରେ
ଠାକୁରେ କଳା ଠାକୁରେ
ନାଗାର୍ଜୁନ ବେଶ ତୁମ ଦରଶନ ପାଇଁ
ଏ ବରଷ ଭକତର ଭାଗ୍ୟ ସତେ ନାହିଁ

ଏଥର ଦର୍ଶନ ହେଲା ବୋଲି ମନା
ଏମିତିକା ଲୀଳା ତୁମେ କଲ ସିନା
ଦୁଇ ବର୍ଷେ ହେବ ବେଶ ଦୁଇ ଥର
ଅପାର କରୁଣା କଲ ହେ ଠାକୁର

ତୁମ ପରି ପ୍ରଭୁ ସତେ ଜଗତରେ ନାହିଁ
ଭକତ ଯେ ସବୁବେଳେ ବଡ଼ ତୁମ ପାଇଁ

ଭଟା ପାଇ ତେଣୁ ବେଶ ହବ ତୁମେ
ଆର ବର୍ଷ ଆଉ ଥରେ

ଠାକୁରେ, ହେ ଠାକୁରେ
ଠାକୁରେ କଳା ଠାକୁରେ
ନାଗାର୍ଜୁନ ବେଶ ତୁମ ଦରଶନ ପାଇଁ
ଏ ବରଷ ଭକତର ଭାଗ୍ୟ ସତେ ନାହିଁ

ବୀର ବେଶ ଆଉ ସନ୍ନ୍ୟାସୀର ବେଶ
ମିଶି ହୁଏ ତୁମ ନାଗାର୍ଜୁନ ବେଶ
ବିଷ୍ଣୁ, ଶିବଙ୍କର ଏ ବେଶ ପ୍ରତୀକ
ପଂଚୁକ ଦର୍ଶନେ ମିଳେ ମୁକ୍ତି ମୋକ୍ଷ

ଅପୂର୍ବ ଏ ବେଶ ଆଉ ଦର୍ଶନ ତୁମରି
ଦର୍ଶନୁ ବଞ୍ଚିତ କେହି ନ ହୁଏ ଯେପରି

ସେଥିପାଇଁ ତୁମେ ଦବତ ଦର୍ଶନ
ଆର ବର୍ଷ ଆଉ ଥରେ

ଠାକୁରେ, ହେ ଠାକୁରେ
ଠାକୁରେ କଳା ଠାକୁରେ



Credits
Writer(s): Prem Anand
Lyrics powered by www.musixmatch.com

Link