Mathia Mo

ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ
ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ

କେଡ଼େ କଥା ସେ କଲା, ମାନ ମହତ ଗଲା
କେଡ଼େ କଥା ସେ କଲା, ମାନ ମହତ ଗଲା
ଖଟିଆ ସେ କପଟିଆ ନଟଖଟିଆ

ମାଠିଆ
ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ
ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ

ସଞ୍ଜବେଳେ ନଈ କୂଳେ ଥିଲା ଲୋ ଲୁଚି
ମନା କରୁ-କରୁ ଦେଲା ବଇଁଶୀ କେଞ୍ଚି
ସଞ୍ଜବେଳେ ନଈ କୂଳେ ଥିଲା ଲୋ ଲୁଚି
ମନା କରୁ-କରୁ ଦେଲା ବଇଁଶୀ କେଞ୍ଚି

ମାଡ଼ଖିଆ ବୁଦ୍ଧି କଲା କଳା ବଦନ
ଗାଳି କରିବାକୁ ଯାଇ ହଜିଲା ଜ୍ଞାନ

ଯେବେ ଆଖିରେ ଆଖି ମୋର ଦେଲା ଲୋ ଜୋଖି
ଯେବେ ଆଖିରେ ଆଖି ମୋର ଦେଲା ଲୋ ଜୋଖି
ତ୍ରିଭଙ୍ଗି ଠାଣିରେ ପୁଣି ହେଲା ଲୋ ଠିଆ

ମାଠିଆ
ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ
ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ

ନିଛାଟିଆ ଲାଗୁଥିଲା କଦମ୍ବ ବନ
ଥିରି-ଥିରି ଶୁଭୁ ଥିଲା ମୁରଲୀ ସ୍ୱନ
ନିଛାଟିଆ ଲାଗୁଥିଲା କଦମ୍ବ ବନ
ଥିରି-ଥିରି ଶୁଭୁ ଥିଲା ମୁରଲୀ ସ୍ୱନ

ମହ-ମହ ବାସୁଥିଲା ବାସଚନ୍ଦନ
ଜେଣିକି ଚାହିଁଲି ତେଣେ ତୁଳସୀ ବଣ

ତାର ମୁରୁକି ହସ ମୋତେ କଲା ବେହୋସ
ତାର ମୁରୁକି ହସ ମୋତେ କଲା ବେହୋସ
ମନ୍ତର କଲା କି ମୋତେ ବନମାଳିଆ?

ମାଠିଆ
ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ
ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ

କେଡ଼େ କଥା ସେ କଲା, ମାନ ମହତ ଗଲା
କେଡ଼େ କଥା ସେ କଲା, ମାନ ମହତ ଗଲା
ଖଟିଆ ସେ କପଟିଆ ନଟଖଟିଆ

ମାଠିଆ
ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ
ମାଠିଆ ମୋ ଭାଙ୍ଗିଦେଲା
କଳା କାହ୍ନୁ ବଡ଼ ଦଗାଦିଆ

କଳା କାହ୍ନୁ ବଡ଼ ଦଗାଦିଆ
କଳା କାହ୍ନୁ ବଡ଼ ଦଗାଦିଆ
କଳା କାହ୍ନୁ ବଡ଼ ଦଗାଦିଆ



Credits
Writer(s): Manmath Mishra, Basanta Raj Samal
Lyrics powered by www.musixmatch.com

Link