Na Na Na Kanha

ନା, ନା, ନା, କାହ୍ନା ବଇଁଶୀ ଆଉ ବଜାନା
ନା, ନା, ନା, କାହ୍ନା ବଇଁଶୀ ଆଉ ବଜାନା

ତୋ ବଇଁଶୀ ପୁଣି, ମୋର ସଉତୁଣୀ
ତୋ ବଇଁଶୀ ପୁଣି, ମୋର ସଉତୁଣୀ
ମୁଁ ତାକୁ ସହି ପାରେନା

ନା, ନା, ନା, କାହ୍ନା ବଇଁଶୀ ଆଉ ବଜାନା
ନା, ନା, ନା

ବାଜାଇଲେ ତୁହି, ଗୋପଦାଣ୍ଡେ ମୁହିଁ
ଯାଇପାରେ ନାହିଁ କଳସୀ କାଖେଇ
ଶୁଣିଲେ ଚହଲେ, କାଖର କଳସୀ
ମଥାରୁ ଓଢଣା ପଡେ ମୋର ଖସି

ତାର ସାତସୁର, ବଇରୀ ମୋହର
ତାର ସାତସୁର, ବଇରୀ ମୋହର
ମୁଁ ତାକୁ ସହି ପାରେନା

ନା, ନା, ନା, କାହ୍ନା ବଇଁଶୀ ଆଉ ବଜାନା
ନା, ନା, ନା

ଭାଙ୍ଗିଦେବି ତାକୁ କଦମ୍ବମୂଳରେ
ଫିଙ୍ଗିଦେବି ନେଇ ଯମୁନା ଜଳରେ
ସାହି, ପଡ଼ିଶାରେ ଚହଳ ପଡ଼ିବ
ହଜିଲା ବଇଁଶୀ କିଏ ଖୋଜିଦବ

ବଇଁଶୀ ଭାଙ୍ଗିବ, ଅଣ୍ଟା ମୋର ଯିବ
ବଇଁଶୀ ଭାଙ୍ଗିବ, ଅଣ୍ଟା ମୋର ଯିବ
ମୁଁ ତାକୁ ସହି ପାରେନା

ନା, ନା, ନା, କାହ୍ନା ବଇଁଶୀ ଆଉ ବଜାନା
ନା, ନା, ନା

ରନ୍ଧାଦେଲେ ବୋଲି, ଯାଏ ସେତ ଫୁଲି
ଦେଖା ସୁନ୍ଦର ସେ ତୋହରି ମୁରଲୀ
ତା ପାଇଁ ସହେ ମୁଁ ଶାଶୁଙ୍କ ଗଞ୍ଜଣା
ନଣନ୍ଦ ର ଟାହି, ଟାପରା, ବୋଲଣା

ଭାଇରୁ ଭଗାରୀ, ଆଖି ଠରାଠରି
ଭାଇରୁ ଭଗାରୀ, ଆଖି ଠରାଠରି
ମୁଁ ଆଉ ସହି ପାରେନା

ନା, ନା, ନା, କାହ୍ନା ବଇଁଶୀ ଆଉ ବଜାନା
ନା, ନା, ନା



Credits
Writer(s): Manmath Mishra, Sirsanadan Das Kanungo
Lyrics powered by www.musixmatch.com

Link