Nilachlia

ନୀଳା-ଚଳିଆ, ଚକା-ଡ଼ୋଳିଆ
ନୀଳା-ଚଳିଆ, ଚକା-ଡ଼ୋଳିଆ
ତୋର ରୂପଟି ସିନା ରେ କାଳିଆ
ତୋର ରୂପଟି ସିନା ରେ କାଳିଆ

ଅମୂଲ ମୂଲ ତୋ ମତ୍ତଗଜ ଚାଲି
କେଡେ ସୁଆଦିଆ ତୋ ଅଭଡ଼ା ଡାଲି
ଭକତଙ୍କ ଗଳା-ମାଳିଆ, ହୋ-ହୋ

ନୀଳା-ଚଳିଆ, ଚକା-ଡ଼ୋଳିଆ
ନୀଳା-ଚଳିଆ, ଚକା-ଡ଼ୋଳିଆ
ତୋର ରୂପଟି ସିନା ରେ କାଳିଆ
ତୋର ରୂପଟି ସିନା ରେ କାଳିଆ

କି ମନ୍ତର ଜାଣୁ ଆରେ ଚକା ଆଖି?
ସଭିଙ୍କୁ ପାଖକୁ ନେଉଛୁ ତୁ ଡ଼ାକି
ତୋର ଦରଶନେ ଦୁଃଖ ଯାଏ ଚାଲି
ଜୀବନଟା ସତେ ଲାଗେ ଖାଲି-ଖାଲି

କି ମନ୍ତର ଜାଣୁ ଆରେ ଚକା ଆଖି?
ସଭିଙ୍କୁ ପାଖକୁ ନେଉଛୁ ତୁ ଡ଼ାକି
ତୋର ଦରଶନେ ଦୁଃଖ ଯାଏ ଚାଲି
ଜୀବନଟା ସତେ ଲାଗେ ଖାଲି-ଖାଲି

ଦିଅଁ ଦେଖିନି ତୋହରି ଭଳିଆ, ହୋ-ହୋ

ନୀଳା-ଚଳିଆ, ଚକା-ଡ଼ୋଳିଆ
ନୀଳା-ଚଳିଆ, ଚକା-ଡ଼ୋଳିଆ
ତୋର ରୂପଟି ସିନା ରେ କାଳିଆ
ତୋର ରୂପଟି ସିନା ରେ କାଳିଆ

ଏ ଜୀବନେ ତତେ ପାଇଛି ମୁଁ ଖୋଜି
ଧରା ଦେଇ ଥରେ ଯାଇଥିଲୁ ହଜି
ତୋର ବିନା ମୋର ନାହିଁ ଆନ ଗତି
ତୁ ପରା ମୋହର ସରଗ ସମ୍ପତି

ଏ ଜୀବନେ ତତେ ପାଇଛି ମୁଁ ଖୋଜି
ଧରା ଦେଇ ଥରେ ଯାଇଥିଲୁ ହଜି
ତୋର ବିନା ମୋର ନାହିଁ ଆନ ଗତି
ତୁ ପରା ମୋହର ସରଗ ସମ୍ପତି

ମୋତେ କରିଦେ ତୋ ପାଦ ତଳିଆ, ହୋ-ହୋ

ନୀଳା-ଚଳିଆ, ଚକା-ଡ଼ୋଳିଆ
ନୀଳା-ଚଳିଆ, ଚକା-ଡ଼ୋଳିଆ
ତୋର ରୂପଟି ସିନା ରେ କାଳିଆ
ତୋର ରୂପଟି ସିନା ରେ କାଳିଆ

ଅମୂଲ ମୂଲ ତୋ ମସ୍ତଗଜ ଚାଲି
କେଡେ ସୁଆଦିଆ ତୋ ଅଭଡ଼ା ଡାଲି
ଭକତଙ୍କ ଗଳା-ମାଳିଆ, ହୋ-ହୋ

ନୀଳା-ଚଳିଆ, ଚକା-ଡ଼ୋଳିଆ
ନୀଳା-ଚଳିଆ, ଚକା-ଡ଼ୋଳିଆ
ତୋର ରୂପଟି ସିନା ରେ କାଳିଆ
ତୋର ରୂପଟି ସିନା ରେ କାଳିଆ
ତୋର ରୂପଟି ସିନା ରେ କାଳିଆ
ତୋର ରୂପଟି ସିନା ରେ କାଳିଆ



Credits
Writer(s): Manmath Mishra
Lyrics powered by www.musixmatch.com

Link