Mora Saradehe

ମୋର ସାରା ଦେହେ କୃଷ୍ଣ ନାମ
ଦିଅ ହୋ ଲେଖି
ଯେବେ ଦେହ ଛାଡ଼ି ଉଡ଼ିଯିବ
ପରାଣ ପକ୍ଷୀ

ସେହି କଳା-କାହ୍ନୁ, କଳା-କୃଷ୍ଣ
ରହିବେ ସାକ୍ଷୀ
ସେହି କଳା-କାହ୍ନୁ, କଳା-କୃଷ୍ଣ
ରହିବେ ସାକ୍ଷୀ

ମୋର ସାରା ଦେହେ କୃଷ୍ଣ ନାମ
ଦିଅ ଗୋ ଲେଖି
ଦିଅ ଗୋ ଲେଖି

ସେହି କୃଷ୍ଣ ନାମ ଗୋଟି ମୋର ଜପା-ମାଳି
ମନକୁ କରିଛି ମୋର ତାଙ୍କ ପୂଜା ଥାଳି
ଭାଗ୍ୟ ଥିଲେ କାହ୍ନୁ ରୂପ ଦରଶନ ମିଳେ
ବଇଁଶୀ ବଜାଏ କାହ୍ନୁ ଆସି ମନ ତଳେ

ସେହି କୃଷ୍ଣ ନାମ ଗୋଟି ମୋର ଜପା-ମାଳି
ମନକୁ କରିଛି ମୋର ତାଙ୍କ ପୂଜା ଥାଳି
ଭାଗ୍ୟ ଥିଲେ କାହ୍ନୁ ରୂପ ଦରଶନ ମିଳେ
ବଇଁଶୀ ବଜାଏ କାହ୍ନୁ ଆସି ମନ ତଳେ

ସେ ବଇଁଶୀ ସୁରେ, ଥରେ ଯିଏ ଯାଏ ଲାଖି
ଭୁଲେ ସିଏ ମୂଳମାନ ମହତକୁ ସଖୀ
ମୋର ଆଖିରେ ତ କୃଷ୍ଣ କଳା, ଦିଅ ଗୋ ମାଖି
ଯେବେ ଦେହ ଛାଡ଼ି, ଉଡ଼ିଯିବ ପରାଣ ପକ୍ଷୀ

ସେହି କଳା-କାହ୍ନୁ, କଳା-କୃଷ୍ଣ
ରହିବେ ସାକ୍ଷୀ
ସେହିଁ କଳା-କାହ୍ନୁ, କଳା-କୃଷ୍ଣ
ରହିବେ ସାକ୍ଷୀ

ମୋର ସାରା ଦେହେ କୃଷ୍ଣ ନାମ
ଦିଅ ଗୋ ଲେଖି
ଦିଅ ଗୋ ଲେଖି

ତାଙ୍କ ପୀତ ବସନରେ, ମୋର ଲୋଭ ଭାରି
ବାଙ୍କ ଚାହାଣି କୁ ଚାହିଁ, ଲାଜେ ଯାଏ ମରି
କୃଷ୍ଣ ପ୍ରେମ ସୁଖ ଆଉ ଜଗତରେ ନାହିଁ
କାହ୍ନୁ ଛନ୍ଦା, ପାଦେ ବନ୍ଧା, ସେବା ଦାସୀ ମୁହିଁ

ତାଙ୍କ ପୀତ ବସନରେ, ମୋର ଲୋଭ ଭାରି
ବାଙ୍କ ଚାହାଣି କୁ ଚାହିଁ, ଲାଜେ ଯାଏ ମରି
କୃଷ୍ଣ ପ୍ରେମ ସୁଖ ଆଉ ଜଗତରେ ନାହିଁ
କାହ୍ନୁ ଛନ୍ଦା, ପାଦେ ବନ୍ଧା, ସେବା ଦାସୀ ମୁହିଁ

ଡ଼ାକି-ଡ଼ାକି କଣ୍ଠ ମୋର, ଯାଉ ପଛେ ଶୁଖି
ଜୀବ ଥିବା ଯାଏ, ତାଙ୍କୁ ଯାଉଥିବି ଡ଼ାକି
ମୋର ଲୁହରେ ତ କୃଷ୍ଣ ପାଦ ଧୁଅ ଗୋ ସଖୀ
ଯେବେ ଦେହ ଛାଡି ଉଡ଼ିଯିବ ପରାଣ ପକ୍ଷୀ

ସେହି କଳା-କାହ୍ନୁ, କଳା-କୃଷ୍ଣ
ରହିବେ ସାକ୍ଷୀ
ସେହିଁ କଳା-କାହ୍ନୁ, କଳା-କୃଷ୍ଣ
ରହିବେ ସାକ୍ଷୀ

ମୋର ସାରା ଦେହେ କୃଷ୍ଣ ନାମ
ଦିଅ ଗୋ ଲେଖି
ଦିଅ ଗୋ ଲେଖି
ଦିଅ ଗୋ ଲେଖି
ଦିଅ ଗୋ ଲେଖି



Credits
Writer(s): Manmath Mishra
Lyrics powered by www.musixmatch.com

Link