Saga Bhajichi

ଶାଗ ଭାଜିଛି, ବଢ଼ି ଚୁରିଛି, ରଖିଛି ପଖାଳ ବାଢ଼ି
ଘିଅ, ଦହିରେ ଛୁଙ୍କ କରିଛି, ପକେଇ ମଲ୍ଲି କଢ଼ି

ଭଙ୍ଗା କୁଡିଆରେ, ପାଦ ପଡୁ ଥରେ
ଭଙ୍ଗା କୁଡିଆରେ, ପାଦ ପଡୁ ଥରେ

ଡ଼ାକେ ଶ୍ରୀ ଚରଣେ ପଡି
ଡ଼ାକେ ଶ୍ରୀ ଚରଣେ ପଡି
ପ୍ରଭୁ, ଡ଼ାକେ ଶ୍ରୀ ଚରଣେ ପଡି

ବଡ଼ ଦେଉଳକୁ ଯେବେ ମୁଁ ଯାଇଛି
ଖଣ୍ଡାରୁ ନିର୍ମାଲ୍ୟ ସବୁ ସାଉଁଟିଛି
ଖାଇଛି, ପିଇଛି ବେଢାରେ ସୋଇଛି
ଫେରା ବାଟ ପାଇଁ ଗଣ୍ଠିଲି ବାନ୍ଧିଛି

ସଜ ତୁଳସୀ ଗୁନ୍ଥି ରଖିଛି
ପିନ୍ଧି ତୁ ଆ ମଠା-ଶାଢ଼ୀ
ବାସ-ଚନ୍ଦନ ଘୋରି ରଖିଛି
ସାଇତା ପେଢ଼ିରୁ କାଢ଼ି

ଭଙ୍ଗା କୁଡିଆରେ, ପାଦ ପଡୁ ଥରେ
ଭଙ୍ଗା କୁଡିଆରେ, ପାଦ ପଡୁ ଥରେ

ଡାକୁଛି ହାତକୁ ଯୋଡ଼ି
ଡାକୁଛି ହାତକୁ ଯୋଡ଼ି
ପ୍ରଭୁ, ଡାକୁଛି ହାତକୁ ଯୋଡ଼ି

ମଣିମା ପୁଣି ଜଗତର ନାଥ
ମିଛ ଦୁନିଆରେ ଏକା ହିଁ ସତ
ମନେ ଅଛି ଯଦି ଭକତେ ଜାଣିବେ
ହେଉ କଳି କାଳ ଓଳିଏ ଆସିବେ

ଘିଅ ଦୀପରେ କର୍ପୁର ଛିଞ୍ଚି
ସଜାଡ଼ିଛି ଧାଡ଼ି-ଧାଡ଼ି
ଘର ଦୁଆର ଝୋଟି ଚିତାରେ
ସବୁତ ଯାଇଛି ବୁଡ଼ି

ଭଙ୍ଗା କୁଡିଆରେ, ପାଦ ପଡୁ ଥରେ
ଭଙ୍ଗା କୁଡିଆରେ, ପାଦ ପଡୁ ଥରେ

ପୁଣ୍ୟ ନୀଳାଚଳ ଛାଡ଼ି
ପୁଣ୍ୟ ନୀଳାଚଳ ଛାଡ଼ି
ପ୍ରଭୁ, ପୁଣ୍ୟ ନୀଳାଚଳ ଛାଡ଼ି

ଶାଗ ଭାଜିଛି, ବଢ଼ି ଚୁରିଛି, ରଖିଛି ପଖାଳ ବାଢ଼ି
ଘିଅ, ଦହିରେ ଛୁଙ୍କ କରିଛି, ପକେଇ ମଲ୍ଲି କଢ଼ି

ଭଙ୍ଗା କୁଡିଆରେ, ପାଦ ପଡୁ ଥରେ
ଭଙ୍ଗା କୁଡିଆରେ, ପାଦ ପଡୁ ଥରେ

ଡ଼ାକେ ଶ୍ରୀ ଚରଣେ ପଡି
ଡ଼ାକେ ଶ୍ରୀ ଚରଣେ ପଡି
ପ୍ରଭୁ, ଡ଼ାକେ ଶ୍ରୀ ଚରଣେ ପଡି
ଡ଼ାକେ ଶ୍ରୀ ଚରଣେ ପଡି
ପ୍ରଭୁ, ଡ଼ାକେ ଶ୍ରୀ ଚରଣେ ପଡି



Credits
Writer(s): Manmath Mishra, Sirsanadan Das Kanungo
Lyrics powered by www.musixmatch.com

Link