Hai Mo Radha

ହାଏ ମୋ ରାଧା ରାତିସାରା ଶୋଇନାହିଁ
କାହ୍ନୁ ବାଟ ଚାହିଁ ଲୋ
ହାଏ ମୋ ରାଧା ରାତିସାରା ଶୋଇନାହିଁ
କାହ୍ନୁ ବାଟ ଚାହିଁ ଲୋ

ମନେ-ମନେ ରାଧା ରୁଷେ, ଗଭାରୁ ତା ମଲ୍ଲି ଖସେ
ମନେମନେ ରାଧା ରୁଷେ, ଗଭାରୁ ତା ମଲ୍ଲି ଖସେ

ଗୋଟି-ଗୋଟି ହୋଇ ଲୋ

ହାଏ ମୋ ରାଧା ରାତିସାରା ଶୋଇନାହିଁ
କାହ୍ନୁ ବାଟ ଚାହିଁ ଲୋ
ହାଏ ମୋ ରାଧା ରାତିସାରା ଶୋଇନାହିଁ

କାଲି ଘାଟରେ ମୁହଁସଂଜରେ
କହିଥିଲା ଆସିବାକୁ ଆସିଲା ନାହିଁ

କାଲି ଘାଟରେ ମୁହଁସଂଜରେ
କହିଥିଲା ଆସିବାକୁ ଆସିଲା ନାହିଁ
ଏରୁଣ୍ଡି ଡେଇଁ ଆସିଲା ରାଇ
ନାଟୁଆ ସେ ନଟବର ଦେଲା ଠକେଇ

ବସିଛି ଲୋ ଏକା-ଏକା, ରଙ୍ଗ ଦିଶେ ଫିକା-ଫିକା
ବସିଛି ଲୋ ଏକା-ଏକା, ରଙ୍ଗ ଦିଶେ ଫିକା-ଫିକା

କଥା କହୁ ନାହିଁ ଲୋ

ହାଏ ମୋ ରାଧା ରାତିସାରା ଶୋଇନାହିଁ
କାହ୍ନୁ ବାଟ ଚାହିଁ ଲୋ
ହାଏ ମୋ ରାଧା ରାତିସାରା ଶୋଇନାହିଁ

ଅଭିମାନିନୀ ମାନ ଭାଙ୍ଗୁନି
ଦିନ ହେଲା ତିନି ଘଡି ସଜ ହଉନି

ଅଭିମାନିନୀ ମାନ ଭାଙ୍ଗୁନି
ଦିନ ହେଲା ତିନି ଘଡି ସଜ ହଉନି
ବଇଁଶୀ ବାଲା କରେ କି ପାଲା?
ରାଧାରାଣୀ ମନ କଥା ଜମା ବୁଝୁନି

ଭାବ ରଖି କାହ୍ନୁ ସାଥେ, କାନ୍ଦି-କାନ୍ଦି ରାତି ବିତେ
ଭାବ ରଖି କାହ୍ନୁ ସାଥେ, କାନ୍ଦି-କାନ୍ଦି ରାତି ବିତେ

ଲୁହ ସୁଖୁନାହିଁ ଲୋ

ହାଏ ମୋ ରାଧା ରାତିସାରା ଶୋଇନାହିଁ
କାହ୍ନୁ ବାଟ ଚାହିଁ ଲୋ
ହାଏ ମୋ ରାଧା ରାତିସାରା ଶୋଇନାହିଁ
କାହ୍ନୁ ବାଟ ଚାହିଁ ଲୋ

ମନେ-ମନେ ରାଧା ରୁଷେ, ଗଭାରୁ ତା ମଲ୍ଲି ଖସେ
ମନେ-ମନେ ରାଧା ରୁଷେ, ଗଭା ରୁ ତା ମଲ୍ଲି ଖସେ

ଗୋଟି-ଗୋଟି ହୋଇ ଲୋ

ହାଏ ମୋ ରାଧା ରାତିସାରା ଶୋଇନାହିଁ
ହାଏ ମୋ ରାଧା ରାତିସାରା ଶୋଇନାହିଁ
ହାଏ ମୋ ରାଧା ରାତିସାରା ଶୋଇନାହିଁ



Credits
Writer(s): Krushna Chandra, Panchanana Nayak
Lyrics powered by www.musixmatch.com

Link