Suruja Uinle

ସୁରୁଜ ଉଇଁଲେ, ମୁରୁଜ ବୁଣିଲେ, କାଳିଆ ମୋ ହୁଏ ସଜ ଲୋ, କାଳିଆ ମୋ ହୁଏ ସଜ
ସୁରୁଜ ଉଇଁଲେ, ମୁରୁଜ ବୁଣିଲେ, କାଳିଆ ମୋ ହୁଏ ସଜ ଲୋ, କାଳିଆ ମୋ ହୁଏ ସଜ

କାହିଁକି କେଜାଣି ଦେଖି ତା ଚାହାଣୀ
କାହିଁକି କେଜାଣି ଦେଖି ତା ଚାହାଣୀ ଲୋ, ଲାଗେ ଭାରି ଲାଜ-ଲାଜ-ଲାଜ-ଲାଜ

ଦେଖି ତାର ସଜବାଜ ଲୋ, ଦେଖି ତାର ସଜବାଜ

ସୁରୁଜ ଉଇଁଲେ, ମୁରୁଜ ବୁଣିଲେ, କାଳିଆ ମୋ ହୁଏ ସଜ ଲୋ, କାଳିଆ ମୋ ହୁଏ ସଜ

କଳା ଦେହେ କାଞ୍ଚନର ପାଟ ପାଏ ଶୋଭା
ଚକା ମୁହେଁ ଚନ୍ଦନ ଲୋ କେଡ଼େ ମନଲୋଭା
କଳା ଦେହେ କାଞ୍ଚନର ପାଟ ପାଏ ଶୋଭା
ଚକା ମୁହେଁ ଚନ୍ଦନ ଲୋ କେଡ଼େ ମନଲୋଭା

ଚାହିଁଲେ ତା ମୁହଁ ଝାଉଁଳେ ମୋ ଦେହ
ଚାହିଁଲେ ତା ମୁହଁ ଝାଉଁଳେ ମୋ ଦେହ ଲୋ, ଫିକା ପଡେ ମୋର ସଜ-ସଜ-ସଜ-ସଜ

ଦେଖି ତାର ସଜବାଜ ଲୋ, ଦେଖି ତାର ସଜବାଜ

ସୁରୁଜ ଉଇଁଲେ, ମୁରୁଜ ବୁଣିଲେ, କାଳିଆ ମୋ ହୁଏ ସଜ ଲୋ, କାଳିଆ ମୋ ହୁଏ ସଜ

ମନେ-ମନେ ଖୋଜି ବୋଲି ସିଏ ଜାଣିପାରେ
ଛୁଇଁ ଦେଇ ଚାଲି ଯାଏ ନିତି ସପନରେ
ମନେ-ମନେ ଖୋଜି ବୋଲି ସିଏ ଜାଣିପାରେ
ଛୁଇଁ ଦେଇ ଚାଲି ଯାଏ ନିତି ସପନରେ

ଏମିତି ଠାକୁର କଉଠି କାହାର
ଏମିତି ଠାକୁର କୋଉଠି କାହାର ଲୋ, ମନେପଡେ ହେଲେ ସଞ୍ଜ-ସଞ୍ଜ-ସଞ୍ଜ-ସଞ୍ଜ

ହାଏ ତାର ସଜବାଜ ଲୋ, ହାଏ ତାର ସଜବାଜ

ସୁରୁଜ ଉଇଁଲେ, ମୁରୁଜ ବୁଣିଲେ, କାଳିଆ ମୋ ହୁଏ ସଜ ଲୋ, କାଳିଆ ମୋ ହୁଏ ସଜ

ସୁରୁଜ ଉଇଁଲେ, ମୁରୁଜ ବୁଣିଲେ, କାଳିଆ ମୋ ହୁଏ ସଜ ଲୋ, କାଳିଆ ମୋ ହୁଏ ସଜ

କାହିଁକି କେଜାଣି ଦେଖି ତା ଚାହାଣୀ
କାହିଁକି କେଜାଣି ଦେଖି ତା ଚାହାଣୀ ଲୋ, ଲାଗେ ଭାରି ଲାଜ-ଲାଜ-ଲାଜ-ଲାଜ

ଦେଖି ତାର ସଜବାଜ ଲୋ, ଦେଖି ତାର ସଜବାଜ



Credits
Writer(s): Krushna Chandra, Panchanana Nayak
Lyrics powered by www.musixmatch.com

Link